ଟାଇମସ ମାନ୍ୟତା: ପୂର୍ବ ଭାରତରେ ସମ୍ ହସ୍ପିଟାଲ୍ ୩ୟ, ଭୁବନେଶ୍ୱରରେ ଶ୍ରେଷ୍ଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୁକ୍ରବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ମଲ୍ଟ ି ସ୍ପେଶିଆଲିଟି ହସ୍ପିଟାଲ୍ ର୍ୟାଙ୍କିଙ୍ଗ୍ରେ ପୂର୍ବାଂଚଳରେ
ତୃତୀୟ ସ୍ଥାନରେ ସ୍ଥାନୀତ ହୋଇଛି ।

ଏହି ର୍ୟାଙ୍କିଙ୍ଗରେ ଭୁବନେଶ୍ୱ ରର ହସ୍ପିଟାଲ୍ଗୁଡ଼ ିକ ମଧ୍ୟରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପି ଟାଲ୍ ପ୍ରଥମ ସ୍ଥାନ ହାସଲ
କରିଥି ବା ବେଳେ ପୂର୍ବାଂଚଳରେ ସମ୍ ହସ୍ପିଟାଲ୍ ଉପରେ କୋଲକାତାର ଆପୋଲୋ ଗ୍ଲ ିନିଆଗଲସ୍ ହସ୍ପିଟାଲ୍ ଏବଂ
ଫୋଟି ର୍ସ୍ ହସ୍ପିଟାଲ୍ ଯଥାକ୍ରମେ ପ୍ରଥମ ଓ ଦ୍ୱ ିତୀୟ ର୍ୟାଙ୍କରେ ଅଛନ୍ତି ।

୨୦୨୦-୨୧ ମସିହା ନିମନ୍ତେ ଯେଉଁ ହସ୍ପିଟାଲ୍ଗୁଡ଼ ିକରେ ଅନୁ ନ୍ୟ ୩ କିମ୍ବା ତତୋଧି କ କି ୍ରଟିକାଲ୍ କେୟାର
ସ୍ପେଶିଆଲିଟି ଡିପାର୍ଟମେଂଟ ରହିଛି ସେହି ହସ୍ପିଟାଲ୍ଗୁଡ଼ ିକୁ ଅନୁଧ୍ୟାନ କରାଯିବା ସହ ସର୍ବେକ୍ଷଣ, ଉପଯୁକ୍ତ ତଥ୍ୟ ସଂଗ୍ରହ ଓ ଗବେଷଣା କରାଯାଇ ଏହି ଶ୍ରେଷ୍ଠ ମଲ୍ଟ ି ସ୍ପେଶିଆଲିଟି ହସ୍ପିଟାଲ୍ ର୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି ।
୧୬୦୦ ଶଯ୍ୟା ବିଶି ଷ୍ଟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ତଥା ଏନଏବିଏଚ ଆକ୍ରେଡିଟେସନ ଲାଭ କରିଥିବା ସମ୍ ହସ୍ପିଟାଲ୍ରେ ସର୍ବାଧିକ ଡାକ୍ତର ଓ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି । ଏହି ହସ୍ପିଟାଲ୍ରେ ଗୋଟିଏ ଛାତ ତଳେ
ଉକ୍ରୃ ଷ୍ଟଧରଣର ନସି ର୍ଂ ସେବା, ଶ୍ରେଷ୍ଠ ଏନ୍ଏବିଏଲ୍ ଲାବୋରାଟୋରୀ ତଥା ରେଡିଓଲଜିକାଲ୍ ପରୀକ୍ଷଣ ଓ ସମସ୍ତ ପ୍ର କାର ସୁବିଧା ଉପଲବ୍ଧ ।

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପି ଟାଲ୍ ହେଉଛି ଏକ ମାତ୍ର ହସ୍ପିଟାଲ୍ ଯାହାକି ରାଜ୍ୟରେ ମୋଟ ୨୨୦୦ ଶଯ୍ୟା ବିଶିଷ୍ଟ ୫ଟି
କୋଭିଡ ହସ୍ପିଟାଲ୍ ସ୍ଥାପନ କରି ମହାମାରୀ ସମୟରେ ଉକ୍ରୃଷ୍ଟ ଧରଣର ସ୍ୱାସ୍ଥ୍ୟସେବା ପ୍ରଦାନ କରିସାରିଛି । ଅନୁଭୂ ତି
ସମ୍ପନ୍ନ ଡାକ୍ତର, ନର୍ସ ଓ ପାରାମେଡିକ୍ସ ମାନେ ଏହି ହସ୍ପିଟାଲ୍ଗୁଡ଼ ିକରେ ନିୟୋଜିତ ହୋଇ କୋଭିଡ୍ ସଂକ୍ରମିତ ମାନଙ୍କୁ
ସ୍ୱାସ୍ଥ୍ୟସେବା ପ୍ରଦାନ କରିଛନ୍ତି ।

ହସ୍ପିଟାଲ୍ର କାଡି ର୍ଓଲୋଜି, ସି ଟିଭିଏସ୍, କ୍ଲ ିନିକାଲ୍ ହେମାଟୋଲୋଜି, ହେମାଟୋ-ଅଙ୍କୋଲୋଜି, ଇମ୍ୟୁନୋଲୋଜି ଆଣ୍ଡ
ର୍ୟୁମାଟୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜ ରୀ, ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି, ଗ୍ୟାଷ୍ଟ୍ରୋ ଇନ୍ଟେଷ୍ଟାଇନାଲ୍ ସର୍ଜ ରୀ,
ନେଫ୍ରୋଲୋଜି, ୟୁରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ପେଡିଆଟ୍ରିକ୍ ସର୍ଜରୀ, ମେଡିକାଲ୍ ଅଙ୍କୋଲୋଜି, ସର୍ଜ ିକାଲ୍
ଅଙ୍କୋଲୋଜି ଏବଂ ପ୍ଲାଷ୍ଟିକ୍ ଆଣ୍ଡ କସ୍ମେଟିକ୍ ସର୍ଜରୀ ଭଳି ସୁପରସ୍ପେଶିଆଲିଟି ବିଭାଗଗୁଡ଼ ିକରେ ଖୁ ବ୍ କମ୍ ମୂଲ୍ୟରେ ଉତମ ଚିକିତ୍ସା ପ୍ରଦାନ କରାଯାଉଛି ।

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଏକ ମେଡିକାଲ କଲେଜ ଯେଉଁଠାରେ ପ୍ରତିବର୍ଷ ୨୫୦ ଛାତ୍ରଛାତ୍ର ୀ ଏମବିବିଏସ ପାଠ୍ୟକ୍ରମରେ ଯୋଗଦେଇଥାନ୍ତି । ଏଠାରେ ପ୍ରାୟ ସମସ୍ତ ସ୍ପେସିଆଲିଟି ବିଭାଗ ନିମନ୍ତେ ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ବ୍ୟତୀତ ବିଭିନ୍ନ ସୁପରସ୍ପେସିଆଲିଟି ବିଭାଗରେ ଏମସିଏଚ ଓ ଡିଏମ ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ଅଟେ ।

Share

Leave a Reply

Your email address will not be published. Required fields are marked *

11 − seven =