୧୨ ଘଣ୍ଟିଆ ବନ୍ଦ ଡାକରା

ଅର୍ବାନ ବ୍ୟାଙ୍କକୁ ପୁନଃ କାର‌୍ୟ୍ୟକ୍ଷମ କରିବା ଓ ଲୋକଙ୍କ ଜମାଟଙ୍କା ଫେରସ୍ତ ଦାବି ସହ ଜିଲ୍ଲାକୁ ରେଳ ବିଭାଗର ଅବହେଳା ପ୍ରତିବାଦରେ ଆଜି୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ।ବନ୍ଦର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଦୋକାନବଜାର ସହ ସ୍କୁଲ ଓ କଲେଜ ବନ୍ଦ ରହିଛି। ଗାଡ଼ି ଚଳାଚଳ ବି ବନ୍ଦ ରହିଛି।ଏହି ବନ୍ଦରେ ଓକିଲ ସଂଘ ମଧ୍ୟ ସାମିଲ ହୋଇଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜାତୀୟ ରାଜପଥ ୧୮ ଓ ୪୯ ସହ ବିଭିନ୍ନ ସ୍ଥାନରେ ଜେଏମ୍ଏମ୍ କର୍ମୀମାନେ ପିକେଟିଂ କରିଛନ୍ତି। ଫଳରେ ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

Share

Leave a Reply

Your email address will not be published. Required fields are marked *

three × 2 =