ଦିଲ୍ଲୀ ଏମ୍ସରେ ହେବ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଚିକିତ୍ସା

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ।ସୂଚନା ଅନୁସାରେ ଆଜି ଚାଟାର୍ଡ ବିମାନ ଜରିଆରେ ସେ ଦିଲ୍ଲୀ ଆସିବେ । ଏହାପରେ ଏମ୍ସରେ ତାଙ୍କର ଚିକିତ୍ସା ଚାଲିବ । ପାରିକରଙ୍କୁ ଦିଲ୍ଲୀ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁପ୍ରକାର ବ୍ୟବସ୍ଥା କରୁଥିବା ସୂଚନା ମିଳିଛି । ଗତ ୬ ତାରିଖରେ ଆମେରିକାରେ ଚିକିତ୍ସିତ ହୋଇ ସେ ଭାରତ ଫେରିଥିଲେ । ପାଖାପାଖି ଏକ ସପ୍ତାହ ଧରି ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ପାରିକର ଫୋନ କରିି କହିଛନ୍ତି ଯେ, ରାଜ୍ୟର ନେତୃତ୍ୱ ପାଇଁ କିଛି ଅନ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ । ତେବେ ଏହାରି ଭିତରେ ଚର୍ଚ୍ଚା ହେଉଛି ଯେ ପାରିକରଙ୍କ ମନ୍ତ୍ରୀମଣ୍ଡଳରେ ଥିବା ବରିଷ୍ଠ ମନ୍ତ୍ରୀ ସୁଦିନ ଧାବାଲିକରଙ୍କୁ ୧୮ ମାସ ପାଇଁ ଗୋଆର ଦାୟିତ୍ୱ ଦିଆଯିବ । ହେଲେ ଏନେଇ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇନାହିଁ । ତେବେ ପାରିକର ପାନକ୍ରିୟାଟକ କ୍ୟାନସରରେ ପୀଡିତ ଅଛନ୍ତି । ବତର୍ମାନ ସେ କ୍ରିଟିକାଲ କଣ୍ଡିସନରେ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଅଧ୍ୟକ୍ଷ ମନୋହରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

five × 5 =