୨ ଦିନ ପରେ ଆହୁରି ବଢିବ ତାପମାତ୍ରା

୨ଦିନ ପରେ ବଢିବ ତାତି। ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅନୁଭୂତ ହେବ ଅସହ୍ୟ ଗ୍ରୀଷ୍ମଲହରୀ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ରାଜ୍ୟରେ ବଢୁଛି ତାତି। ୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ୪୦.୮ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ଭୁବନେଶ୍ୱରରେ ୩୮.୪ ଓ କଟକରେ ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଗାମୀ ୫ଦିନ ଯାଏ ପାଗ ଶୁଖିଲା ରହିବ ଓ କୌଣସି ପରିବର୍ତ୍ତନ ହେବ ନାହିଁ।

Share

Leave a Reply

Your email address will not be published. Required fields are marked *

thirteen − 1 =