ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେଲେ ପ୍ରମୋଦ ସାୱନ୍ତ

ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଦ୍ୱିତୀୟ ଥର ପାଇଁ ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ଅନ୍ୟ ନେତାଙ୍କ ଉପସ୍ଥିତିରେ ରାଜଧାନୀ ପାଣାଜୀ ନିକଟସ୍ଥ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ ପ୍ରମୋଦ ସାୱନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଏହି ଶପଥଗ୍ରହଣ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହା, ନିତିନ ଗଡକରୀ, ବିଜେପି ସଭାପତି ଜେପି ନଡ୍ଡା ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଉତ୍ତରପ୍ରଦେଶ, ହରିୟାଣା ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଭାଗ ନେଇଥିଲେ। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ ବିଜେପି ୨୦ଟି ଆସନ ଜିତିଥିଲା। ବିଜେପିକୁ ଏମଜିପି ଏବଂ କିଛି ସ୍ବାଧୀନ ବିଧାୟକଙ୍କ ସମର୍ଥନ ବି ରହିଛି।

Share

Leave a Reply

Your email address will not be published. Required fields are marked *

6 + 18 =