ବିଧାନସଭାରେ ଉଠିଲା ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ

ବିଧାନସଭା ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ ଦଳ ନେତା । ୨୦୧୭ରେ ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ହୋଇଥିଲା । କମିଟି ବୈଠକ କେବେ ବସିଥିଲା ଓ କମିଟି କଣ ପ୍ରସ୍ତାବ ଦେଇଛି । ନିୟୋଜିତ ୫ ବରିଷ୍ଟ ଓକିଲଙ୍କ ପାଇଁ କେତେ ଖର୍ଚ୍ଚ ହେଉଛି । ଏସବୁର ପୂର୍ଣ୍ଣାଙ୍ଗ ରିପୋର୍ଟ ଗୃହରେ ଉପସ୍ଥାପନ କରନ୍ତୁ । ୩ରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ପ୍ରଶ୍‌ନ କଲେ ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀ ୬ ତାରିଖ ପରେ ଗଲେ ଭଲ ହେବ କହିଲେ ନରସିଂହ । ମହାନଦୀ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଲେ ଭଲ ବୋଲି କହିଛନ୍ତି ନରସିଂହ ମିଶ୍ର ।

Share

Leave a Reply

Your email address will not be published. Required fields are marked *

19 − 6 =