ବଢ଼ିଲା ଇପିଏଫ୍ ସୁଧହାର

ସୁଧହାର ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫ୍ଓ । ଇପିଏଫ୍ଓ ୨୦୨୨-୨୩ ବର୍ଷ ପାଇଁ କର୍ମଚାରୀଙ୍କ ପିଏଫ୍ ସୁଧହାର ୮.୧୫%କୁ ବୃଦ୍ଧି କରିଛି ।

କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨୦୨୨-୨୩ ବର୍ଷ ପାଇଁ ଇପିଏଫ୍ ଉପରେ ୮.୧୫% ସୁଧ ହାର ସୁପାରିଶ କରିଛି ଇପିଏଫ୍ଓ ।

ଇପିଏଫ୍ଓ ଅଧୀନରେ ପ୍ରାୟ ୭ କୋଟି ବେତନ ପ୍ରାପ୍ତ କର୍ମଚାରୀ ଅଛନ୍ତି।

ମାର୍ଚ୍ଚ ୨୦୨୨ରେ ଇପିଏଫ୍ ​​ସୁଧ ହାର ୮.୧୦% କୁ ହ୍ରାସ କରାଯାଇଥିଲା । ଗତ ତିନି ଦଶନ୍ଧି ମଧ୍ୟରେ ଏହା ସର୍ବନିମ୍ନ ଥିଲା । ଇପିଏଫ୍ଓର ଉକ୍ତ ନିଷ୍ପତ୍ତିରେ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ନିରାଶ କରିଥିଲା । ବିରୋଧୀ ଦଳ ମଧ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ ।

ଭାରତରେ ସମସ୍ତଙ୍କ ପାଇଁ ପେନସନ୍ ବ୍ୟବସ୍ଥା ନାହିଁ । ଏଭଳି ପରିସ୍ଥିତିରେ ଚାକିରି ଛାଡିବା ପରେ କିମ୍ବା ଅବସର ପରେ ସାମାଜିକ ସୁରକ୍ଷା ପାଇଁ ପିଏଫ୍ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଏମ୍ପ୍ଲଏଜ୍ ପ୍ରୋଭିଡେଣ୍ଟ ଫଣ୍ଡ୍ ଆଣ୍ଡ୍ ମିସେଲିନିୟସ ପ୍ରୋଭିଜସନ୍ସ ଆକ୍ଟ, ୧୯୫୨ ଅନୁଯାୟୀ ପିଏଫ୍ ବ୍ୟବସ୍ଥା କରାଯାଇଛି ।

ଇପିଏଫ୍ଓ ନିୟମ ଅନୁଯାୟୀ, କର୍ମଚାରୀଙ୍କ ମୂଳ ବେତନର ଅତି କମରେ ୧୨% ପିଏଫରେ ଜମା କରିବାକୁ ହୁଏ । ନିଯୁକ୍ତିଦାତା ମଧ୍ୟ ତାଙ୍କ ପକ୍ଷରୁ ଏଥିରେ ଆଉ ୧୨% ପାଣ୍ଠି ଜମା କରନ୍ତି ।

ଯେତେବେଳେ କୋଭିଡ ମହାମାରୀ ଶୀର୍ଷରେ ଥିଲା ଅନେକ ଲୋକ ଚାକିରୀ ହରାଇଥିଲେ । ସେହି କଠିଣ ସମୟର ପ୍ରଥମ ତିନି ମାସରେ ପ୍ରାୟ ୮୦ ଲକ୍ଷ ଲୋକ ପିଏଫ୍ ଟଙ୍କାରେ ଚଳିଥିଲେ ।

Share

Leave a Reply

Your email address will not be published. Required fields are marked *

10 − 2 =