ପୁରୀରେ ଉର୍ଜାବାନ ଓଡିଶା ପକ୍ଷରୁ ଟଙ୍କ ତୋରାଣି ବିତରଣ କାର୍ଯ୍ୟକ୍ରମ

ଦିନ ସମଗ୍ର ରାଜ୍ୟରେ ବଢୁଥିବା ତାତିକୁ ଲକ୍ଷ୍ୟ କରି ପଥଚାରୀ ମାନଙ୍କ ଜଳକଷ୍ଟ ନିବାରଣ ନିମନ୍ତେ ଉର୍ଜାବାନ ଓଡିଶା ପରିବାର ପକ୍ଷରୁ ନିଃଶୁଳ୍କ ଟଙ୍କ ତୋରାଣି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଦଶାବତାର ମଠ ନିକଟରେ ଆଜିଠୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ପୁରୀ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ, ସୁରେନ୍ଦ୍ର ନାଥ ଦାସ, ପୁଷ୍ପଜିତ ମହାପାତ୍ର, ସୁରେଶ କର . ଉଦଘାଟନ କରି ଅନୁଷ୍ଠାନର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିବା ସହ ପୁରୀ ସହର କୁ ଦୈନିକ ଆସୁଥିବା ତୀର୍ଥଯାତ୍ରୀ ତଥା ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି କହିଥିଲେ l ସଂଗଠନର ସଭାପତି ସନ୍ତୋଷ ସେନାପତି ବିଗତ ବର୍ଷର ସଫଳତା ଓ ସାଧାରଣ ଲୋକଙ୍କ ସମର୍ଥନ ପାଇଁ ଏ ବର୍ଷ ପୁଣି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କହିଥିଲେ l ସଂପାଦିକା ନିହାରିକା ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ ମୁଖି, ଝାନ୍ସୀ ରାଣୀ ମିଶ୍ର, ସସ୍ମିତା ଜେନା,ଜିତେନ୍ଦ୍ର ପାତ୍ର, ଦିଲ୍ଲୀପ ଚି଼ନେରା, ଜଗନ୍ନାଥ ପଣ୍ଡା,ସଚ୍ଚିଦାନନ୍ଦ ବିଶୋଇ, ଦେବେନ୍ଦ୍ର ସୁବୁଦ୍ଧି ଆଦର୍ଶ ମିଶ୍ର, ସତ୍ୟପ୍ରିୟ ସାହୁ, ଚିତ ରଞ୍ଜନ ଜେନା,ସୂର୍ଯ୍ୟ ସାହୁ, ଉପସ୍ଥିତ ଥିଲେ l ଏହି ଟଙ୍କ ତୋରାଣି ବିତରଣ କାର୍ଯ୍ୟକ୍ରମ ଆସନ୍ତା ପ୍ରାୟ 15 ଦିନ ଚାଲୁ ରହିବ l

Share

Leave a Reply

Your email address will not be published. Required fields are marked *

eleven − 10 =