ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ସେବା କେନ୍ଦ୍ର ନେଟ୍‌ୱର୍କର ସମ୍ପ୍ରସାରଣ ସହ ଗ୍ରାମୀଣ ସମ୍ପର୍କର ସୁଦୃଢ଼ୀକରଣ

୫୦୦ରୁ ଅଧିକ ବିଦ୍ୟୁତ୍ ସେବା କେନ୍ଦ୍ର କାର୍ଯ୍ୟକ୍ଷମ
ବିଦ୍ୟୁତ୍ ସେବା କେନ୍ଦ୍ର ଗ୍ରାମୀଣ ସମ୍ପର୍କକୁ ବଢ଼ାଇବ଼ା ସହ ଗ୍ରାମୀଣ ଗ୍ରାହକଙ୍କୁ ବିବିଧ ସୁବିଧା ପ୍ରଦାନ କରିବ
ଭୁବନେଶ୍ୱର: ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଥିବା ମହାବିଷୁବ ସଂକ୍ରାନ୍ତୀ ଅବସରରେ ଟିପି ସେଂଟ୍ର୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଗ୍ରାମୀଣ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ଆଠଗଡ଼ ବିଦ୍ୟୁତ୍ ଡିଭିଜନ୍‌ରେ ୯ ନୂଆ ବିଦ୍ୟୁତ୍ ସେବା କେନ୍ଦ୍ର ଉଦ୍‌ଘାଟନ କରାଯାଇଛି । ପୂର୍ବରୁ ଚଳିତ ସପ୍ତାହରେ ଟିପିସିଓଡିଏଲ୍ ଅଧୀନରେ ଥିବା ବିଭିନ୍ନ ବିଦ୍ୟୁତ ସର୍କଲ୍‌ରେ ପ୍ରାୟ ୨୫ ବିଦ୍ୟୁତ ସେବା କେନ୍ଦ୍ର ଉଦଘାଟନ କରାଯାଇଛି ଏବଂ ଏହି ନୂଆ କେନ୍ଦ୍ରଗୁଡ଼ିକୁ ନେଇ କଂପାନିର ପରିଚାଳନା ଅଧୀନରେ ଏବେ ମୋଟ ବିଦ୍ୟୁତ୍ ସେବା କେନ୍ଦ୍ର ସଂଖ୍ୟା ୫୧୧ରେ ପହଂଚିଛି ।
ଏହି କେନ୍ଦ୍ରଗୁଡ଼ିକ ମୁଖ୍ୟତଃ ଗ୍ରାହକମାନଙ୍କ ନିଜ ଅଂଚଳରେ ବିଦ୍ୟୁତ୍ ଯୋଗାଣ ନଥିବା ଅଭିଯୋଗର ପରିଚାଳନା କରେ ଏବଂ ଗ୍ରାମୀଣ ଗ୍ରାହକଙ୍କ ପାଇଁ ଯୋଗାଯୋଗର ଏକ କେନ୍ଦ୍ର ଭାବେ କାର୍ଯ୍ୟ କରେ । ସବୁ ପ୍ରକାର ବିଭ୍ରାଟ ଏବଂ ବିଦ୍ୟୁତ୍ ଯୋଗାଣରେ ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ଲାଗି ସବୁ ବିଦ୍ୟୁତ୍ ସେବା କେନ୍ଦ୍ରରେ ରହିଛନ୍ତି ବୈଷୟିକ ଟିମ୍ । ଚବିଶ ଘଂଟା ବିଦ୍ୟୁତ୍ ଯୋଗାଣ ସମ୍ପର୍କିତ ସେବା ଉପରେ ସହାୟତା ପାଇବା ଲାଗି ଗ୍ରାମୀଣ ଗ୍ରାହକମାନେ ଏହି କେନ୍ଦ୍ର ସହ ଯୋଡ଼ି ହୋଇପାରିବେ । ଗ୍ରାହକମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେବା ଏବଂ ସେମାନଙ୍କ ଅଭିଯୋଗର ସମାଧାନ କରିବା ଲାଗି ସପ୍ତାହର ଏକ ନିର୍ଦିଷ୍ଟ ଦିନରେ କଂପାନିର ଭାରାପ୍ରାପ୍ତ ଅଧିକାରୀ ବିଦ୍ୟୁତ୍ ସେବା କେନ୍ଦ୍ରରେ ଉପସ୍ଥିତ ରହିଥାନ୍ତି । ଗ୍ରାହକମାନେ ସେମାନଙ୍କ କମର୍ସିଆଲ୍ ଓ ଅନ୍ୟାନ୍ୟ ଅଭିଯୋଗର ପଞ୍ଜୀକରଣ ମଧ୍ୟ କରିପାରିବେ ।
“ଗ୍ରାମୀଣ ଗ୍ରାହକମାନଙ୍କ ବିଦ୍ୟୁତ୍ ଯୋଗାଣ ସମ୍ପର୍କିତ ସମସ୍ୟାର ତ୍ୱରିତ ସମାଧାନ ଲାଗି ବିଦ୍ୟୁତ୍ ସେବା କେନ୍ଦ୍ର ହେଉଛି ଶ୍ରେଷ୍ଠ ମଂଚ । ଆମ ଗ୍ରାମୀଣ ସମ୍ପର୍କକୁ ମଜଭୁତ କରିବାରେ ଏହା ଆମକୁ ଏକ ଟଚ୍ ପଏଂଟ୍ ପ୍ରଦାନ କରୁଛି । ଆମେ ଆମର ବିଦ୍ୟୁତ ସେବା କେନ୍ଦ୍ର ନେଟ୍‌ୱର୍କକୁ ଦ୍ରୁତ ଗତିରେ ବଢ଼ାଇବାକୁ ଚାହୁଁଛୁ ଯଦ୍ୱାରା ଆମେ ଅଧିକରୁ ଅଧିକ ଗ୍ରାମାଂଚଳରେ ପହଂଚି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଓ ଗୁଣାତ୍ମକ ସେବା ପ୍ରଦାନ କରିପାରିବୁ ବୋଲି ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ସେନ୍‌ବାଗମ୍ କହିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

fifteen + seventeen =