ନବୀନଙ୍କୁ ପ୍ରତିଶ୍ରୁତି ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଜଣାଶୁଣା ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଓଡ଼ିଶାରେ ରିଲାଏନ୍ସ ଗ୍ରୁପର ଭବିଷ୍ୟତ ନିବେଶ ଯୋଜନା ସଂପର୍କରେ ଆଲୋଚନା କରାଯାଇଥିଲା । ଏକ ପସନ୍ଦଯୋଗ୍ୟ ପୁଞ୍ଜି ନିବେଶସ୍ଥଳୀ ଭାବେ ଓଡ଼ିଶାର ବଳିଷ୍ଠ ଦିଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇ ଦେଶର ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ମେକ ଇନ ଓଡ଼ିଶା କନକ୍ଲେଭକୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ସେଥର ମୁଖ୍ୟମନ୍ତ୍ରୀ ଓ ମୁକେଶ ଅମ୍ବାନିଙ୍କ ମଧ୍ୟରେ ସାକ୍ଷାତ ହୋଇନଥିଲା ।

ଅନ୍ୟପକ୍ଷରେ ମୁମ୍ବାଇଠାରେ ସ୍ପୋର୍ଟସଷ୍ଟାର ଏସେସ୍ ୨୦୨୩ ପକ୍ଷରୁ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡା ପ୍ରେତ୍ସାହନକାରୀ ରାଜ୍ୟ ଭାବେ ପୁରସ୍କାର ଦିଆଯିବ । ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଗ୍ରହଣ କରିବେ । ରାଜ୍ୟରେ ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି ଗଠନ କରିବା ସହ ହକି ବିଶ୍ବକପ ପରି ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

20 + six =