ଦୁଇ ଦିନ ପରେ ମନର କଥା କହିବେ ବାବୁସାନ, ଅପରାଜିତା

ଆଜି ଚେନ୍ନାଇରୁ ଓଡ଼ିଆ ଅଭିନେତା ବାବୁସାନ ଘରକୁ ଘରକୁ ଫେରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ମାଆ ଅପରାଜିତା ମହାନ୍ତି। ବାବୁସାନ ୨ ଦିନ ପରେ ସମସ୍ତଙ୍କୁ ମନର କଥା କହିବ ବୋଲି ଅପରାଜିତା ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି।

ବର୍ତ୍ତମାନ ବାବୁସାନ୍‌ ବରମୁଣ୍ଡାସ୍ଥିତ ଘରେ ବାପା ଉତ୍ତମ ମହାନ୍ତି ଓ ମା’ ଅପରାଜିତା ମହାନ୍ତିଙ୍କ ପାଖରେ ଅଛନ୍ତି। ଆଜି ବାବୁସାନ୍‌ ଯେତେବେଳେ ଘରକୁ ଆସିଲେ ପୁଅକୁ ପାଇ ମା’ ଅପରାଜିତାଙ୍କ ଆଖି ଲୁହରେ ଭରିଯାଇଥିଲା। ବାବୁସାନ ଚେନ୍ନାଇ ଯିବା ପରେ ଗଣମାଧ୍ୟମ ଜରିଆରେ ଅପରାଜିତା ପୁଅକୁ ଘରକୁ ଫେରି ଆସିବାକୁ କହିଥିଲେ ।

ବାବୁସାନ୍‌ ଆଜି ସକାଳ ୮ଟା ୪୦ ମିନିଟ ସମୟରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ଥିଲେ। ତାଙ୍କୁ ଅପେକ୍ଷା କରିଥିବା ଗଣମ‌ାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ୍ କେବଳ ଏତିକି କହିଥିଲେ ତାଙ୍କୁ ବାପାମାଆଙ୍କ ପାଖକୁ ଯିବାକୁ ଦିଆଯାଉ । ଯାହା କହିବା କଥା, ତାହା ସେ ଠିକ୍ ସମୟରେ କହିବେ ବୋଲି ବାବୁସାନ ସାମ୍ବାଦିକମାନଙ୍କୁ କହିଥିଲେ।

Share

Leave a Reply

Your email address will not be published. Required fields are marked *

15 − four =