ଦୁଇଟି ପର୍ଯ୍ୟାୟରେ ହେବ ରାଜ୍ୟସଭା ଭୋଟ

ଦୁଇଟି ପର୍ଯ୍ୟାୟରେ ହେବ ରାଜ୍ୟସଭା ଭୋଟ । ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଛି । ଫଳରେ ଏହି ୩ଟି ଆସନ ଲାଗି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ୨୪ରେ ଏଥିନିମନ୍ତେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମେ’ ୩୧ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ, ଜୁନ ପହିଲାରେ ପାର୍ଥିପତ୍ର ଯାଞ୍ଚ ଏବଂ ୩ରେ ପ୍ରତ୍ୟାହାର ସମୟ ଧାର୍ଯ୍ୟ ହୋଇଛି । ଜୁନ ୧୦ରେ ଭୋଟ ଗ୍ରହଣ କରାଯିବ । ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ କରାଯାଇ ଗଣତି ପରେ ଅପରାହ୍ନ ୫ଟାରେ ଫଳ ଘୋଷଣା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ।

ଅନ୍ୟପଟେ ରାଜ୍ୟ ସଭା ଏମପି ସୁବାସ ସିଂ କଟକ ମେୟର ହେବା ପରେ ତାଙ୍କ ଆସନରେ ଉପନିର୍ବାଚନ ଜୁନ ୧୩ରେ ହେବ । ଜୁନ ୨ ଯାଏ ନାମାଙ୍କନପତ୍ର ଦାଖଲ, ୩ରେ ପାର୍ଥିପତ୍ର ଯାଞ୍ଚ ଏବଂ ୬ରେ ପ୍ରତ୍ୟାହାର ପରେ ୧୩ରେ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ନ ୫ଟାରେ ଗଣତି ପରେ ଫଳ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Share

Leave a Reply

Your email address will not be published. Required fields are marked *

nine + sixteen =