ଲାଲୁ ଯାଦବଙ୍କୁ ଜାମିନ

ନୂଆଦିଲ୍ଲୀ() ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ଥିବା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି । ଚାଇବାସା କୋଷାଗାର ମାମଲାରେ ତାଙ୍କୁ ଜାମିନ ମିଳିଛି। ଝାଡଖଣ୍ଡ ହାଇକୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏପର୍ୟ୍ୟନ୍ତ ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଦୁମକା କୋଷାଗାର ମାମଲାର ଶୁଣାଣି ଶେଷ ହୋଇନଥିବାରୁ ଲାଲୁ ଏବେ ଜେଲରୁ ବାହାରିବେ ନାହିଁ। ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଉପରେ ଶୁକ୍ରବାର ଝାଡଖଣ୍ଡ ହାଇକୋର୍ଟରେ ଶୁଣାଣି ହୋଇଛି ।

ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଚାଇବାସା କୋଷାଗାର ମାମଲାରେ ଲାଲୁ ପ୍ରସାଦଙ୍କୁ ରାଞ୍ଚି ସିବିଆଇ କୋର୍ଟ ୫ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଲାଲୁ ତାଙ୍କ ଜାମିନ ଆବେଦନରେ କହିଥିଲେ, ସେ ଏହି ମାମଲାରେ ଅଧା ଦଣ୍ଡ ଭୋଗିସାରିଛନ୍ତି । ତେଣୁ ଏହି ଆଧାରରେ ତାଙ୍କୁ ଜାମିନ ମିଳିବା ଉଚିତ୍ ।

କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ଲାଲୁ ପ୍ରସାଦ ଯାଦବଙ୍କୁ ୫୦ ହଜାର ଟଙ୍କାର ଦୁଇଟି ବ୍ୟକ୍ତିଗତ ମୁଚାଲିକା ସହ ୨ ଲକ୍ଷ ଟଙ୍କାର ଜରିମନା ଦେବାକୁ ପଡିବ । କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ମେଡିକାଲ ରିପୋର୍ଟ ମଧ୍ୟ ଦାଖଲ କରିବାକୁ କହିଛନ୍ତି । ଏହାସହ କେତେ ଲୋକ ତାଙ୍କୁ ଭେଟିଛନ୍ତି ତାହାର ରିପୋର୍ଟ ମଧ୍ୟ ତାଙ୍କୁ ମଗାଯାଇଛି । ରିପୋର୍ଟ ଉପରେ ୬ ନଭେମ୍ବରରେ ଶୁଣାଣି ହେବ ।

Share

Leave a Reply

Your email address will not be published. Required fields are marked *

three + 9 =