ଜ୍ଞାନ ଆହରଣ ଓ ଆଦାନପ୍ରଦାନ ନିମନ୍ତେ ଦୁଇଟି ଷ୍ଟାର୍ଟଅପ୍ ସହ ସୋଆର ବୁଝାମଣା ସ୍ୱାକ୍ଷରିତ

ରୋବୋଟିକ୍ସ, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଙ୍ଗ୍ ଏବଂ ଡ୍ରୋନ୍ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ଏବଂ ଜ୍ଞାନ ଆଦାନପ୍ରଦାନ ନିମନ୍ତେ ଦୁଇଟି ଘରୋଇ ଷ୍ଟାର୍ଟଅପ୍ କମ୍ପାନୀ ସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ।
ସୋଆ ଏବଂ ଏସ୍‌ପିକେ ମ୍ୟାକ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଗୋଟିଏ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଏହି କମ୍ପାନୀଟି ଶିଳ୍ପ କ୍ଷେତ୍ରରେ ସହଯୋଗ, ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଲ୍ୟାବ୍‌ର ଉନ୍ନତି କ୍ଷେତ୍ରରେ ସୋଆ ସହିତ ମିଳିତ ଭାବେ କାର୍ଯ୍ୟ କରିବ । ଏହି କମ୍ପାନୀର ବିଭିନ୍ନ ପ୍ରୋଜେକ୍ଟରେ ସୋଆର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନେ ସହଯୋଗ କରିବେ ।
ଅନ୍ୟ ଏମ୍‌ଓୟୁଟି ସୋଆ ଏବଂ ଏଫ୍‌ଏକ୍ସୟୁଏଭି ଟେକ୍ନୋଲୋଜିସ୍ ପ୍ରାଇଭେଟ ଲିମିଟେଡ୍ ମଧ୍ୟରେ ହୋଇଛି । ସଂପୃକ୍ତ ଷ୍ଟାର୍ଟଅପ୍‌ଟି ଡ୍ରୋନ୍ ଟେକ୍ନୋଲୋଜି କ୍ଷେତ୍ରରେ କାର୍ଯ୍ୟ କରୁଛି । ଏହି କ୍ଷେତ୍ରରେ ଜ୍ଞାନର ଆହରଣ ଓ ଆଦାନପ୍ରଦାନ ନେଇ ବୁଝାମଣା ହୋଇଛି ।
ପ୍ରଥମ ବୁଝାମଣାରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏସ୍‌ପିକେ ମ୍ୟାକ୍ସ ଟେକ୍ନୋଲୋଜିର ଦୁଇ ନିର୍ଦ୍ଦେଶକ ଶ୍ରୀ ଶୁଭ୍ରଜିତ ନାୟକ ଏବଂ ଶ୍ରୀ ଧୃତିଧର ବେହେରା ସ୍ୱାକ୍ଷର କରିଥିବା ବେଳେ ଦ୍ୱିତୀୟ ବୁଝାମଣାଟି ପ୍ରଫେସର ନନ୍ଦ ଏବଂ ଏଫ୍‌ଏକ୍ସୟୁଏଭି ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଶ୍ରୀ ପାର୍ଥସାରଥୀ ଦାଶ, ଶ୍ରୀ ଶୁଭମ୍ ଆଚାର୍ଯ୍ୟ ଏବଂ ଶ୍ରୀ ଆଶୁତୋଷ ମହାନ୍ତିଙ୍କ ମଧ୍ୟରେ ହୋଇଥିଲା । ଶ୍ରୀ ଆଶୁତୋଷ ମହାନ୍ତି ହେଉଛନ୍ତି ସୋଆର ୨୦୧୯ ବ୍ୟାଚର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଛାତ୍ର ।
ପ୍ରଥମ ଥର ପାଇଁ ସୋଆ ଦୁଇଟି ଷ୍ଟାର୍ଟଅପ୍ ସହିତ ବୁଝାମଣା ସ୍ୱାକ୍ଷରିତ କରିଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି ।
ଅଗ୍ନି ନିର୍ବାପକ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟବହାର ନିମନ୍ତେ ଡ୍ରୋନ୍‌ର ନିର୍ମାଣ ଓ ପ୍ରସ୍ତୁତି କ୍ଷେତ୍ରରେ ଏଫ୍‌ଏକ୍ସୟୁଏଭି ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ କାର୍ଯ୍ୟ କରୁଛି ।
ଏହି ଅବସରରେ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍‌) ପ୍ରଫେସର ଡି.ଏନ୍ ଥାଟୋଇ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରପେସର ଏସ୍‌.କେ. ଆଚାର୍ଯ୍ୟ ଏବଂ ଆସୋସିଏଟ୍ ପ୍ରଫେସର ଏସ୍‌.ପି. ଜେନା ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

8 + 14 =