ଚାଲିଛି ରଥ ଯାତ୍ରାର ଆକର୍ଷଣୀୟ ପରମ୍ପରା ଛେରା ପହଁରା

‘ଛେରା ପହଁରା’ ନୀତି କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁବର୍ଣ୍ଣଖଡିକା ଧରି ଛେରା ପହଁରା କରୁଛନ୍ତି ଗଜପତି ମହାରାଜା ।ଗଜପତି ମହରାଜ ଆଜି ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିବା ପରେ ରାଜାବେଶରେ ରଥ ଉପରେ ଛେରାପହଁରା ନୀତି ଆରମ୍ଭ କରିଛନ୍ତି। ସେ ପ୍ରଥମେ ତାଳଧ୍ବଜ ରଥରେ ଛେରାପହଁରା କରୁଛନ୍ତି।
ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଅନ୍ତ ହେଲା ଦୁଇବର୍ଷର ପ୍ରତୀକ୍ଷା। ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ତିନିରଥ। ବଡ଼ ଦାଣ୍ଡ ଓହ୍ଲାଇ ଆସିଛନ୍ତି ମହାବାହୁ। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ଅଗଣିତ ଭକ୍ତ। ଆନନ୍ଦିତ ବଡ଼ଦାଣ୍ଡ। ମହାମାରୀ କୋପ ଯୋଗୁଁ ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ପୁଣ୍ୟଦାଣ୍ଡରେ ପୁଣି ଭକ୍ତ ଓ ଭଗବାନଙ୍କ ମିଳନ।

Share

Leave a Reply

Your email address will not be published. Required fields are marked *

3 × 4 =