ଘନଶ୍ୟାମ ମହାପାତ୍ରଙ୍କୁ ମିଳିଲା ଜୟଦେବ ସମ୍ମାନ

ଜୟଦେବ ପୁରସ୍କାର ପାଇଛନ୍ତି ବିଶିଷ୍ଟ ଚଳିଚିତ୍ର ନିର୍ମାତା ଘନଶ୍ୟାମ ମହାପାତ୍ର । ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ୨ ଲକ୍ଷ ଟଙ୍କା, ମାନପତ୍ର, ଉତରୀୟ ଦେଇ ତାଙ୍କୁ ସମ୍ମାନିତ କରାଯାଇଛି । ନୀଳମାଧବ ପଣ୍ଡାର ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘କାଲିର ଅତୀତ’ ୩ଟି ବିଭାଗରେ ପୁରସ୍କୃତ ହୋଇଛି । ଶ୍ରେଷ୍ଠ ଚଳଚିତ୍ର ଭାବେ ପୁରସ୍କୃତ ହୋଇଛି ‘କାଲିର ଅତୀତ’ । ମୋହନ ସୁନ୍ଦର ଦେବ ସମ୍ମାନ ସହ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

କାଲିର ଅତୀତ’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି ପୀତବାସ ତ୍ରିପାଠୀ । ‘ବାବୁ ଭାଇଜାନ’ରେ ଅଭିନୟ କରିଥିବା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶିବାନୀ ସଂଗୀତା ଷଡ଼ଙ୍ଗୀ, ‘ଶଲା ବୁଢ଼ାର ବଦଲା’ ଚଳଚିତ୍ରର କାହାଣୀକାର ସ୍ୱର୍ଗତ କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କୁ ଶ୍ରେଷ୍ଠ କାହାଣୀକାର, ଶ୍ରେଷ୍ଠ ସଂଳାପ ଲେଖକ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ‘କୋଟିଏରେ ଗୋଟିଏ ମନ’ ଚଳଚିତ୍ର ପାଇଁ ସ୍ୱର୍ଗତ ରାଜୁ ମିଶ୍ରଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ବାଳକୃଷ୍ଣ ସମ୍ମାନ ଦିଆଯାଇଛି ।

‘ଦେଖା ହେଲା ପ୍ରେମ ହେଲା’ ଚଳଚିତ୍ର ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସ୍ୱୟମ୍ ପାଢ଼ୀ ଏବଂ ‘ଫ୍ରମ୍ ମି ଟୁ ଇଉ’ ପାଇଁ ଦୀପ୍ତିରେଖା ପାଢ଼ୀଙ୍କୁ ଦିଆଯାଇଛି ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର । ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା, ମାନପତ୍ର, ଟ୍ରଫି, ଉତରୀୟ ପ୍ରଦାନ କରାଯାଇଛି । ସେହିପରି ‘ବାବୁ ଭାଇଜାନ’ ପାଇଁ ବବି ମିଶ୍ରଙ୍କୁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ପୁରସ୍କାର, ‘ଝରନ୍’ ଫିଲ୍ମ ପାଇଁ ବନିତା ନାଗଙ୍କୁ ଦିଆଯାଇଛି ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ପୁରସ୍କାର । କୋଟିଏରେ ଗୋଟିଏ ମନ ଫିଲ୍ମରେ ଅଭିନୟ କରିଥିବା ହରିହର ମହାପାତ୍ରଙ୍କୁ ଦିଆଯାଇଛି ଶ୍ରେଷ୍ଠ ହାସ୍ୟ କଳାକାର ସମ୍ମାନ । ସ୍ୱତନ୍ତ୍ର ଜୁରୀ ପୁରସ୍କାର ପାଇଛନ୍ତି ରୋହିତ ରାଜ ।

Share

Leave a Reply

Your email address will not be published. Required fields are marked *

1 × three =