୧୦୮ ଆମ୍ବୁଲାନ୍ସ ସେବାକୁ ୭ବର୍ଷ

ଭୁବନେଶ୍ୱର() ଆଜି ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାକୁ ୭ବର୍ଷ ପୂରିଛି । ୧୦୮ ଆମ୍ବୁଲାନ୍ସ ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି। ଲକ୍ଷାଧିକ ଲୋକ ମାଗଣା ଆମ୍ବୁଲାନ୍ସ ସେବା ପାଇବାରେ ସକ୍ଷମ ହୋଇପାରିଛନ୍ତି।

୨୦୧୩ ମସିହାରେ ଓଡ଼ିଶାରେ ମାଗଣା ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ସେବେଠାରୁ ଏହା ରାଜ୍ୟରେ ନିରବଚ୍ଛିନ୍ନ ଭାବେ ସେବା ଦେଇ ଆସୁଛି। ଏହାର କଲ ସେଣ୍ଟର ଏକ ବ୍ୟସ୍ତବହୁଳ କଲ ସେଣ୍ଟର ଭାବେ ଉଭା ହୋଇଛି। ଗତ ୭ବର୍ଷ ଭିତରେ ୧୦୮ ଆମ୍ବୁଲାନ୍ସ କଲ ସେଣ୍ଟରକୁ ୩କୋଟି ୩୮ଲକ୍ଷ ୩୮ହଜାର ୮୪୨ କଲ୍ ଆସିଛି। ତହିଁରୁ ୪୭ଲକ୍ଷ ୮୭୩ଜଣଙ୍କୁ ସେବା ଯୋଗାଇ ଦିଆଯାଇଛି।

ରାଜ୍ୟରେ ସମୁଦାୟ ୫୧୨ଟି ୧୦୮ ଆମ୍ବୁଲାନ୍ସ ଚଳାଚଳ କରୁଛି। ୨୦୧୩ ମସିହାରେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ସମୟରେ ୪୨୦ଟି ଆମ୍ବୁଲାନ୍ସ ଏଥିରେ ସାମିଲ ହୋଇଥିଲା। ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯୨ଟି ଆମ୍ବୁଲାନ୍ସକୁ ଏଥିରେ ସାମିଲ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

one × 3 =