Friday, October 30, 2026
Latestରାଜ୍ୟ

ଘଟଗାଁ ବିଇଓଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଳା ଘଟଗାଁ ବିଇଓ ଅଭୟ କୁମାର ବେହେରା। ସେ ଆଜି ଦିନ ପ୍ରାୟ ୧୦ଟା ସମୟରେ ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ। ଘଟଗ‌ାଁ ବ୍ଲକ୍‌ ଅଧୀନରେ ଥିବା କାଶୀସାହି ପ୍ରାଥମିକ ବିଦ୍ୟାଳୟ(ନୂଆ)ର ଶିକ୍ଷକ କମଳାକାନ୍ତ ପଣ୍ଡା ବିିଇଓଙ୍କ ନାମରେ ଲାଞ୍ଚ ଅଭିଯୋଗ ଆଣିଥିଲେ । ଶିକ୍ଷକ ପଣ୍ଡା ଅଭିଯୋଗ କରିଥିଲେ ଯେ ,୧୦ ଜଣ ଶିକ୍ଷକଙ୍କର ବକେୟା ଟଙ୍କା ଦେବା ପାଇଁ ସେ ବିଇଓଙ୍କୁ କହିଥିଲେ । ବିଇଓ ସେମାନଙ୍କୁ ୧୫ ହଜାର ଟଙ୍କା ଲ‌ାଞ୍ଚ ମାଗିଥିଲେ। ବିଇଓ ଉକ୍ତ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି।

Share

Leave a Reply

Your email address will not be published. Required fields are marked *

14 − seven =