ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତା

ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତା । ଗତ ବର୍ଷ ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍ ଟନରୁ ଅଧିକ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥିବା କୃଷି ବିଭାଗ କହିଛି । ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ୍ ଟନରୁ ଅଧିକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ୧୧୫ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଉତ୍ପାଦନ ହୋଇଥିବାବେଳେ ୮ ଲକ୍ଷ ୬୦ ହଜାର ମେଟ୍ରିକ୍ ଟନରୁ ଅଧିକ ମକା, ୧ ଲକ୍ଷ ୬୧ ହଜାର ମେଟ୍ରିକ୍ ଟନରୁ ଅଧିକ ମାଣ୍ଡିଆ ଏବଂ ୨୮ ହଜାର ମେଟ୍ରିକ ଟନରୁ ଅଧିକ ଗହମ, ବାଜରା, ଓ ଅନ୍ୟ ଲଘୁଶସ୍ୟ ଉତ୍ପାଦନ ହୋଇଛି ।

ସେହିପରି ୧୦ ଲକ୍ଷ ୫୫ ହଜାର ମେଟ୍ରିକ୍ ଟନରୁ ଅଧିକ ଡାଲିଜାତୀୟ ଶସ୍ୟ ଉତ୍ପାଦନ ହୋଇଛି । ଏହା ମଧ୍ୟରେ ୪ ଲକ୍ଷ ୨୧ ହଜାର ମେଟ୍ରିକ୍ ଟନ ଅଧିକ ମୁଗ, ୧ ଲକ୍ଷ ୯୭ ହଜାର ମେଟ୍ରିକ୍ ଟନରୁ ଅଧିକ ବିରି, ୧ ଲକ୍ଷ ୩୭ ହଜାର ମେଟ୍ରିକ ଟନରୁ ଅଧିକ ହରଡ଼, ୯୧ ହଜାର ମେଟ୍ରିକ୍ ଟନରୁ ଅଧିକ କୋଳଥ, ୨୯ ହଜାର ମେଟ୍ରିକ ଟନରୁ ଅଧିକ ମଟର, ୭ ହଜାର ମେଟ୍ରିକ ଟନରୁ ଅଧିକ ମସୁର, ୬୮ ହଜାର ମେଟ୍ରିକ ଟନରୁ ଅଧିକ ବରଗୁଡ଼ି ଏବଂ ଅନ୍ୟ ଡାଲିଜାତୀୟ ଫସଲ ୭୬ ହଜାର ମେଟ୍ରିକ ଟନ୍ ଅନ୍ତର୍ଭୁକ୍ତ ରହିଛି ।

Share

Leave a Reply

Your email address will not be published. Required fields are marked *

six + eight =