କଟକ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ SMOKING ବିସ୍କୁଟକୁ, ମହାନଦୀ ଜଳ ରାଶିରେ ନୌବିହାର

କଟକ ବାଲିଯାତ୍ରାର ଆକର୍ଷଣ ପାଲଟିଛି SMOKING ବିସ୍କୁଟ । ବିସ୍କୁଟ ଷ୍ଟଲ ପାଖରେ ଲୋକଙ୍କ ନାହିଁନଥିବା ଭିଡ । ଚଳିବର୍ଷ ପ୍ରଥମଥର ଏହି ଷ୍ଟଲ ପଡିଛି। SMOKING ବିସ୍କୁଟର ମୂଲ୍ୟ ରହିଛି ୫୦ ଟଙ୍କା ।

ସେହିପରି ଏହି ଐତିହାସିକ ବାଲିଯାତ୍ରାରେ ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ମହାନଦୀ ଜଳ ରାଶିରେ ନୌବିହାର । ପ୍ରତିଦିନ ବହୁ ପର୍ଯ୍ୟଟକ ବୋଟିଂର ମଜା ନେଉଛନ୍ତି । ମହାନଦୀରେ ବିଭିନ୍ନ ପ୍ରକାର ବୋଟର ବ୍ୟବସ୍ଥା କରାଯାଇଛି । କଟକ ମହାନଗର ନିଗମର କର୍ପୋରେଟରମାନେ ବୋଟିଂର ମଜା ନେଇଥିଲେ । ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କଟକ ମେୟର ।

Share

Leave a Reply

Your email address will not be published. Required fields are marked *

12 + twelve =