Friday, October 30, 2026
Latestମନୋରଞ୍ଜନ

ପରଦାକୁ ଆସିବ ଲାଲୁଙ୍କ ବାୟୋପିକ

ମୁମ୍ବାଇ() ରାଜନୀତି ହେଉ କି କୂଟନୀତି, ସବୁଥିରେ ଦକ୍ଷତା ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ଏବେ ଫିଲ୍ମ ତିଆରି ହେବାକୁ ଯାଉଛି। ନିଜ କଥାରେ ସମସ୍ତଙ୍କୁ ହସାଉଥିବା ଲାଲୁଙ୍କ କହିବା ଶୈଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ତେବେ ତାଙ୍କ ରାଜନୀତିକ ଜୀବନକୁ ନେଇ ଆଧାରିତ ହୋଇଥିବା ଏହି ଫିଲ୍ମର ନାଁ ‘ଲାଲଟେନ୍’ ରଖାଯାଇଛି। ଏହା ଲାଲୁଙ୍କ ଦଳୀୟ ଚିହ୍ନ। ଲାଲୁଙ୍କ ଚରିତ୍ରରେ ଭୋଜପୁରୀ ଅଭିନେତା ୟଶ କୁମାର ଓ ରାବ୍ରି ଦେବୀଙ୍କ ଚରିତ୍ରରେ ସ୍ମୃତି ସିହ୍ନା ନଜରକୁ ଆସିବେ। ସୁମନ କୁମାର ଫିଲ୍ମର ପ୍ରଯୋଜନା କରୁଥିବା ବେଳେ ଆସନ୍ତା ବର୍ଷ ଫେବୃୟାରୀରେ ଭୋଜପୁରୀ ଭାଷାରେ ଏହି ଫିଲ୍ମ ପରଦାକୁ ଆସିବ ବୋଲି ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

1 × 3 =