୫ଟି କୁ ନେଇ ଅପରାଜିତାଙ୍କ ସମାଲୋଚନାର ଜବାବ ରଖିଲେ ଅରୁପ

ଭୁବନେଶ୍ୱର() ରାଜ୍ୟ ସରକାର ଆରମ୍ଭ କରିଥିବା ‘୫ଞ’ ଉପରେ ରାଜନୈତିକ ବୟାନବାଜି ଚାଲିଛି । ରାଜନୀତିରେ ପାଦ ଥାପିଥିବା ଦୁଇ ଜଣ ପ୍ରଶାସନିକ ଅଧିକାରୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ୫ଞକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ବିଜେଡ଼ି ନେତା ତଥା ଆଇପିଏସ୍ ଅରୁପ ପଟ୍ଟନାୟକ ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ୫-ଟିକୁ ସମାଲୋଚନା କରିଛନ୍ତି । ୫-ଟିରେ ନୂଆ କିଛି ନାହିଁ ଏହା ପୁରୁଣା କଥା, ପୁରୁଣା ଚିନ୍ତାଧାରା ବୋଲି ଅପରାଜିତା କହିଛନ୍ତି । ୫-ଟିକୁ ଏବେ କଣ ପାଇଁ ରାଜ୍ୟ ସରକାର ଆପଣେଇଲେ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।

ଅପରାଜିତାଙ୍କଏହି ସମାଲୋଚନାର ପ୍ରତିକ୍ରିୟା ରଖିଛନ୍ତି ଅରୁପ । ସେ କହିଛନ୍ତି ଯେ ଆଇଏଏସ୍/ଆଇପିଏସ୍ ଟ୍ରେନିଂ ବେଳେ ଯାହା ହୁଏ ସେ ସବୁ ଜାଣିଛନ୍ତି । ସେଠାରେ ଆମେ ଲେଫ୍ଟ ରାଇଟ୍ ଓ ପରେଡ଼୍ ଶିଖୁ, ଲୋକଙ୍କୁ କେମିତି ପରିଚାଳନା କରାଯିବ ସେଥିପାଇଁ କୌଣସି ତାଲିମ ଦିଆଯାଏ ନାହିଁ । ସେ ଭଦ୍ର ମହିଳା (ଅପରାଜିତା ଷଡ଼ଙ୍ଗୀ) ତାଲିମ ବେଳେ ୫ଞ ଶିଖିଥିବେ । ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ବାତିଲ କରିଦେବେ ବୋଲି ଅରୁପ କହିଛନ୍ତି ।

ତେବେ ଅପରାଜିତାଙ୍କ ମନ୍ତବ୍ୟ ଉପରେ ମଧ୍ୟ ଜବାବ ରଖିଛନ୍ତି ସସ୍ମିତ ପାତ୍ର । ୫-ଟି ଏକ ବିଭାଗ ନୁହେଁ ବରଂ ଏହା ଏକ ଚାଟର ବୋଲି ସସ୍ମିତ କହିଛନ୍ତି । ୫-ଟିର ଚିନ୍ତା, ଚେତନା ଭିନ୍ନ । ସରକାରୀ କର୍ମଚାରୀଙ୍କୁ ସୁପରିଚାଳିତ କରିବା ୫-ଟିର ଉଦ୍ଦେଶ୍ୟ ହୋଇଥିବା ବେଳେ ଜଣେ ପୂର୍ବତନ ପ୍ରଶାସିକାଙ୍କ ପାଖରୁ ଏପରି ମନ୍ତବ୍ୟ ଆଶା ନଥିଲା ବୋଲି ସସ୍ମିତ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + 7 =