କଟକରୁ ନକଲି ଔଷଧ ଜବତ: ଆଜି ଗୟା ଓ ବେଙ୍ଗଲୁରୁ ଯିବ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍

କଟକ ସହରର ୩ଟି ଫାର୍ମରେ ଚଢ଼ାଉ କରି ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ।

କଟକ ସହରର ନିମଚଉଡ଼ିସ୍ଥିତ କ୍ୟାଲ ଏଜେନ୍ସି ଓ ନୟାସଡ଼କର ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମ୍ଏଚ୍ ଫାର୍ମାସୀ ଭଳି ୩ଟି ଫାର୍ମରୁ ଟେଲମା-୪୦ ବ୍ରାଣ୍ଡର ଏହି ନକଲି ଔଷଧ ଜବତ ହୋଇଛି । ନକଲି ଔଷଧ ବିକ୍ରି ଧରିବାକୁ ଗତ ୩ ଦିନ ଧରି ରେଡ୍ ଚଳାଇଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ।

ପୂର୍ବରୁ ଗିରଫ ହୋଇଥିବା ଦୁଇ ଷ୍ଟକିଷ୍ଟଙ୍କଠାରୁ ଏମାନେ ଔଷଧ କିଣିଥିଲେ । ସେପଟେ ଏ ଡୁପ୍ଲିକେଟ କାରବାରର ରହସ୍ୟ ଭେଦ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ଆଜି ଗୟା ଓ ବେଙ୍ଗଲୁରୁ ଯିବ ବୋଲି ସୂଚନା ମିଳିଛି । ନକଲି ଔଷଧ ମାମଲାର ତଦନ୍ତ ପାଇଁ ପୂର୍ବରୁ କମିଶନରେଟ୍ ପୁଲିସ ରାଜ୍ୟ ବାହାରକୁ ଯାଇଥିଲା ।

ସୂଚନାଯୋଗ୍ୟ, କଟକ ଓ ଭୁବନେଶ୍ୱରରେ ଟେଲ୍‌ମା-୪୦ର ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଗତ କିଛି ଦିନ ଧରି ଘନଘନ ଚଢ଼ାଉ କରୁଛି ଡ୍ରଗ୍‌ କଣ୍ଟ୍ରୋଲର ଟିମ୍ । ଏହା ପରେ ଡ୍ରଗ୍ ଇନ୍ସପେକ୍ଟର ଦୁଇ ସହରରେ ଥିବା ବିଭିନ୍ନ ମେଡିସିନ୍‌ ଷ୍ଟୋରରେ ଚଢ଼ଉ କରି କଟକ ଯାଉଁଳିଆପଟି ଅଞ୍ଚଳର ଦୁଇଟି ଡିଷ୍ଟ୍ରିବ୍ୟୁଟରଙ୍କ ନାଁରେ ଏତଲା ଦେଇଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏମାନେ ଭିଆର୍‌ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍ ନାଁରେ ନକଲି ଔଷଧ କାରବାର କରୁଥିବା ସ୍ପଷ୍ଟ ହୋଇଥିଲା। ବେଙ୍ଗାଲୁରୁ ଓ ଉତ୍ତରପ୍ରଦେଶର ଗୟାରୁ ନକଲି ଔଷଧ ଆଣି ଓଡ଼ିଶାରେ କାରବାର କରୁଥିବା ଜଣାପଡ଼ିଥିଲା। ପୁଲିସ୍‌ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହ ନକଲି ମେଡିସିନ୍‌ ଜବତ କରିଥିଲା। ଗିରଫ ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୨ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି

Share

Leave a Reply

Your email address will not be published. Required fields are marked *

three × two =