ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍କୁଲରୁ ଅଲିମ୍ପିକ୍ସ ପ୍ରସ୍ତୁତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହେଲା ଟ୍ରେଣ୍ଡ। ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାଥମିକ ଭାବେ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ସ୍କୁଲରେ ଆରମ୍ଭ ହୋଇଛି ଯୋଜନା। ଏହାଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ସ୍କୁଲ ସମୟରୁ ହିଁ ଅଲିମ୍ପିକ୍ସର ମୂଲ୍ୟ ବୁଝିବେ । ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷା ସହ ସ୍ପୋର୍ଟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ସାରା ଦେଶରେ ଓଡ଼ିଶା ଏକ ସ୍ପୋର୍ଟ ହବ୍ ଭାବେ ପରିଚିତି ଲାଭ କରିଛି । ଏପରି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ଛାତ୍ରଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଏହି ଅବସରରେ ଆଇଓସି, ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରା, ଆଇଓଏ ସଭାପତି ନରିନ୍ଦର ବାତ୍ରାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏଣିକି ପାଠଶାଳାରୁ ଆରମ୍ଭ ହେବ ଅଲିମ୍ପିକ୍ସ ପ୍ରସ୍ତୁତି । ଭାରତର କ୍ରୀଡ଼ା କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ଆମେରିକା, ଚୀନ ଓ ଜାପାନ ଢାଞ୍ଚାରେ ରାଜ୍ୟରୁ ବାହାରିବେ ଅଲିମ୍ପିକ୍ସ ବିଜେତା । ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଲିମ୍ପିକ୍ସ ସଂପର୍କିତ ଶିକ୍ଷା । ଆଗାମୀ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର। ସ୍କୁଲପିଲାଙ୍କୁ ଅଲିମ୍ପିକ୍ସ ବାବଦରେ ଶିକ୍ଷା ଓ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରଶିକ୍ଷଣ ଦେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

Share

Leave a Reply

Your email address will not be published. Required fields are marked *

eight − 8 =