ରାଜ୍ୟ

ଓଡ଼ିଶାରେ ନୀତିନ ନବୀନ

ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରବିବାର ଭୁବନେଶ୍ବରରେ ପହଞ୍ଚିଛନ୍ତି।  ବିମାନବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସ୍ବାଗତ କରିଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମଥର ପାଇଁ ନୀତିନ ନବୀନ ଓଡ଼ିଶା ଆସିଛନ୍ତି।

ବିଜେପି ରାଷ୍ଟ୍ରୀୟ ସଭାପତି ସୋମବାର ସକାଳେ ବିଜେପି ଅଫିସରେ କୋର୍ କମିଟି ବୈଠକରେ ସାମିଲ ହେବେ । ଏହାପରେ ଜଟଣୀ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ହେଲ୍ଥ (ଏଆଇପିଏଚ୍) ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ହେବାକୁ ଥିବା ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଉଦ୍‌ଘାଟନ କରିବେ । କାର୍ଯ୍ୟକ୍ରମ ସାରି ସେ ପୁରୀ ଯିବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ।

ଅପରାହ୍ନରେ ଭୁବନେଶ୍ୱର ଫେରି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ସହ ବୈଠକ କରିବେ । ଆସନ୍ତା ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ବିସ୍ତୃତ ଆଲୋଚନା କରିବେ ।

Share

Leave a Reply

Your email address will not be published. Required fields are marked *

1 × five =