ଶିକ୍ଷା ବଜେଟ୍: ଦେଶରେ ୧୦୦ରୁ ଅଧିକ ସୈନିକ ସ୍କୁଲ

ନୂଆଦିଲ୍ଲୀ: ବଜେଟ୍ ୨୦୨୧ରେ ଶିକ୍ଷା କ୍ଷେତ୍ର ପାଇଁ ହୋଇଛି ବଡ଼ ଘୋଷଣା | ବଜେଟ୍ ୨୦୨୧ ଅନୁଯାୟୀ ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ ।ସେହିଭଳି ଆଦିବାସୀ ଅଞ୍ଚଳରେ ଖୋଲିବ ଏକଲବ୍ୟ ସ୍କୁଲ । ଏନେଇ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।ଶିକ୍ଷା ବଜେଟ୍ ଅନୁଯାୟୀ ଆଦିବାସୀ ଅଞ୍ଚଳରେ ୭୫୦ଟି ଏକଲବ୍ୟ ସ୍କୁଲ ଖୋଲାଯିବା ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଯାହାଦ୍ୱାରା ଆଦିବାସୀ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା ଆସିବ | ଏଥିସହିତ ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲାଯିବା ସହ ଉଚ୍ଚଶିକ୍ଷା ପାଇଁ ଗଠନ ହେବ କମିଶନ । ୪ କୋଟି ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ୩୫ ହଜାର କୋଟି ଟଙ୍କା ସାଧାରଣ ବଜେଟରେ ଘୋଷଣା କରାଯାଇଛି ।

ସେହିଭଳି ୧୫ ହଜାର ସରକାରୀ ସ୍କୁଲର ଉନ୍ନତିକରଣ କରାଯିବ |ଏହା ନିମନ୍ତେ ଉଚ୍ଚଶିକ୍ଷା କମିସନ ଗଠନ ହେବ | ଆଦିବାସୀ ଅଞ୍ଚଳରେ ୭୫୦ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ହେବା ସହ ରାଷ୍ଟ୍ରୀୟ ଭାଷା ଅନୁବାଦ ମିଶନ ଆରମ୍ଭ ହେବ| ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ |

Share

Leave a Reply

Your email address will not be published. Required fields are marked *

five × 1 =