ଆସନ୍ତାକାଲି ଠୁ ରାଜ୍ୟରେ ବର୍ଷା

ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି ଠୁ ରାଜ୍ୟରେ ବର୍ଷା। ୨ଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମୟୁରଭଞ୍ଜ, ବାଲେଶ୍ବର, କେଉଁଝର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା , ଜଗତସିଂପୁର ରେ ବର୍ଷା ହେବାର ଆଶଙ୍କା ରହିଛି  ।ଏଥିସହ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ଵାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିଛି।

ଯାହାର ପ୍ରଭାବରେ କମିଛି ଶୀତ।ଆଗାମୀ ୨୪ ଘଣ୍ଟାରେ ପାଗ ରେ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବା ବେଳେ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା ଓ ପାଶ୍ବବର୍ତ୍ତୀ ଜିଲ୍ଲା ଗୁଡିକରେ ଘନ କୁହୁଡି ସହ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି । ଘନ କୁହୁଡି ପାଇଁ ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ଗଂଜାମ, ଖୋର୍ଦ୍ଧା, ପୁରୀ ଅନୁଗୁଳ,ଢେ଼ଙ୍କାନାଳ, ଜଗତସିଂହପୁର,କଟକ ୟଲୋ ୱର୍ଣିଂ ଜାରି କରାଯାଇଛି।ଏସବୁ ଜିଲ୍ଲାରେ ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ ଭିଜିବିଲିଟି।

Share

Leave a Reply

Your email address will not be published. Required fields are marked *

two × 1 =