ଆଜି ସରୁଛି କଟକ ବାଲିଯାତ୍ରା, ଏ ବର୍ଷ ଏକାଧିକ ରେକର୍ଡ

ଆଜି କଟକ ବାଲିଯାତ୍ରାର ଶେଷ ଦିନ । ଗତ ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ବୁଧବାର ଦିନ ଶେଷ ହେବାକୁ ଥିଲା । ପରେ ଏ‌ହାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଆଜି ଉଦଯାପନୀ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏ ବର୍ଷ କଟକ ବାଲିଯାତ୍ରା ଅନେକ ରେକର୍ଡ କରିଛି । ଏ ବର୍ଷ ସର୍ବାଧିକ ୧୦ ଦିନ ଧରି ବାଲିଯାତ୍ରା ଆୟୋଜିତ ହୋଇଛି । କାଗଜ ଡଙ୍ଗା ପ୍ରସ୍ତୁତିରେ କଟକର ଛାତ୍ରଛାତ୍ରୀ ବିଶ୍ବ ରେକର୍ଡ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ-ଇନ୍-କଟକ ଭଳି ଅନେକ ଅଭିନବ ଆଉ ଆକର୍ଷଣୀୟ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ଭିଡ଼ ଆଉ ବ୍ୟବସାୟ ପୂର୍ବ ସମସ୍ତ ରେକର୍ଡକୁ ଟପି ଯାଇଥିବା କୁହାଯାଉଛି।

Share

Leave a Reply

Your email address will not be published. Required fields are marked *

eight + 2 =