ଛାତ୍ରଛାତ୍ରୀଙ୍କ ପାଇଁ ଟିକଟ ରିହାତି, ଭିନ୍ନକ୍ଷମଙ୍କୁ ମାଗଣା

ଭୁବନେଶ୍ବର () କଟକ ନୌବାଣିଜ୍ୟ ସଂଗ୍ରହାଳୟ ବୁଲିବା ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଟିକଟ ରିହାତି କରାଯିବ। ୧୪ ବର୍ଷରୁ କମ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବିଶେଷ କରି ସଂଗ୍ରହାଳୟରେ ଥିବା ଆକ୍ଵାରିୟମ, ଏସଏଫଏକ୍ସ ପରିଦର୍ଶନରେ ଆସୁଥିବା ଛାତ୍ରଛାତ୍ରୀ କିପରି କମ ମୂଲ୍ୟରେ ଏହି ସୁବିଧା ପାଇପାରିବେ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ଭିନ୍ନକ୍ଷମ ସମ୍ପୂର୍ଣ୍ଣ ମାଗଣାରେ ସଂଗ୍ରହାଳୟ ପରିଦର୍ଶନ କରିପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ଏନେଇ ଆଲୋଚନା କରାଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆମ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସ୍କୁଲ ଓ କଲେଜ ସ୍ତରରେ ସଂଗ୍ରହାଳୟ ସୂଚନା ପତ୍ରିକା ବଣ୍ଟନ କରାଯିବ। ଏଥିସହ ସଂଗ୍ରହାଳୟର ସମ୍ପ୍ରସାରଣ ଓ ମିରର ମେଜ ପ୍ରତିଷ୍ଠା କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି। କେବଳ ସେତିକି ନୁହେଁ ସଂଗ୍ରହାଳୟ କର୍ମଚାରୀଙ୍କ ଦରମା ପୁନଃ ନିର୍ଦ୍ଧାରଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଛୁଟି ଦିନରେ କର୍ମଚାରୀ କାର୍ଯ୍ୟ କରୁଥିବା ଯୋଗୁଁ ସେମାନଙ୍କୁ ୨୧ ଦିନର ଦରମା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ସଂଗ୍ରହାଳୟ ସମ୍ମୁଖରେ ଥିବା ମହାନଦୀ କୂଳର ସୌନ୍ଦର୍ଯ୍ୟ ବୄଦ୍ଧି କରିବା ପାଇଁ ଆଲୋଚନା ହୋଇଛି।

Share

Leave a Reply

Your email address will not be published. Required fields are marked *

fifteen + seventeen =