ଆଜି ସନ୍ଧ୍ୟାରେ ଟେନିସ କୋର୍ଟ ଉଦଘାଟନ କରିବେ ନବୀନ

ଆଜି କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ଅତ୍ୟାଧୁନିକ ଟେନିସ କୋର୍ଟ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ନୂତନ ଷ୍ଟାଡିୟମରେ ଏକାସଙ୍ଗେ ୧୫ଶହ ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ ।

ଷ୍ଟାଡିୟମ ପରିସରରେ ବିଶ୍ବସ୍ତରୀୟ କନଫରେନ୍ସ ରୁମ, ଲାଉଂଜ, ମେଡିକାଲ ରୁମ, ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ରୁମ, ବ୍ରଡକାଷ୍ଟ ରୁମ, ମିଡିଆ ସେଣ୍ଟର, ଡ୍ରେସିଂ ରୁମ ବି ଅଛି । ନୂଆ ଷ୍ଟାଡିୟମ ସହ ଅନ୍ୟ ୧୦ଟି ଟେନିସ କୋର୍ଟ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ପୂର୍ବରୁ ରହିଛି । ଯେଉଁଠି ୬ଟି ସିନ୍ଥେଟିକ କୋର୍ଟ ଓ ୪ଟି କ୍ଲେ କୋର୍ଟ ମଧ୍ୟ ରହିଛି।

ନୂଆ ଷ୍ଟାଡିୟମରେ ଖେଳାଯିବ ଏସିଆନ୍ ଟେନିସ ଚାମ୍ପିୟନସିପ। ଆସନ୍ତା ଏପ୍ରିଲ ୪ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ପ୍ରତିଯୋଗିତା ଚାଲିବ । ଜୁନିୟର ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଏସିଆର ୧୫ଟି ଦେଶ ଅଶଂଗ୍ରହଣ କରିବେ । ଆସନ୍ତା ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଡେଭିସ କପ ଆୟୋଜନ ପାଇଁ ଓଡ଼ିଶା ବିଡ଼ିଂରେ ଭାଗନେବ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

five × five =