ରାଜ୍ୟ

ଆଜି ମୋହନ ସରକାରକୁ ପୁରିଛି ୨ ବର୍ଷ

ଆଜି ମୋହନ ସରକାରକୁ ୨ ବର୍ଷ ପୁରିଛି । ଠିକ ଦୁଇ ବର୍ଷ ତଳେ ଆଜିର ଦିନରେ ରାଜ୍ୟରେ ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ଆଶୀର୍ବାଦ ମୋ ଶକ୍ତି । ଆପଣଙ୍କ ଭଲପାଇବା ଓ ଆଶୀର୍ବାଦ ମୋର ପ୍ରକୃତ ଶକ୍ତି । ଓଡ଼ିଶାରେ ବିଜେପି ସରକାରକୁ ପୂରିଛି ୨ ବର୍ଷ । ୧୨ ଜୁନ ୨୦୨୪ରେ ନୂତନ ସୁଶାସନ ଯୁଗର ଶୁଭାରମ୍ଭ ହୋଇଥିଲା ।  ମୁଁ ଆପଣମାନଙ୍କ ଭିତରୁ ଜଣେ । ମୁଁ ଆପଣଙ୍କ ଭାଇ, ଆପଣଙ୍କ ପୁଅ, ଆପଣଙ୍କ ମୋହନ । ମୋ ପାଇଁ ମୁଖ୍ୟମନ୍ତ୍ରୀ ପଦ କ୍ଷମତାର ଚୌକି ନୁହେଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଜନସେବାର ଏହା ଏକ ପବିତ୍ର ମାଧ୍ୟମ ।  ଲୋକଙ୍କ ସରକାର’ ଓଡ଼ିଆଙ୍କ ବିଶ୍ବାସଭାଜନ ହୋଇପାରିଛି । ମୋ ଜୀବନର ପ୍ରତିଟି କ୍ଷଣ ପବିତ୍ର ମାଟିର ସେବା ପାଇଁ ସମର୍ପିତ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ୨ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମେ ଯଥା ଗଣିତ ପ୍ରତିଷ୍ଠାନରୁ ଇନ୍ଫୋସିଟି ମଧ୍ୟଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ରାସ୍ତାର ଲୋକାର୍ପଣ ଅପରାହ୍ନ ୦୩. ୪୦ରେ ଏକାମ୍ର କାନନ ଛକ ଠାରେ ଅନୁଷ୍ଠିତ ହେବ । ଏହା ପରେ ଅପରାହ୍ନ ୦୩. ୫୦ ସମୟରେ ଜୟଦେବ ବିହାର – ନନ୍ଦନକାନନ ରାସ୍ତାର ଉନ୍ନତି କରଣ ଓ ଫ୍ଲାଏ ଓଭର ନିର୍ମାଣ ନିମନ୍ତେ ଭୂମିପୂଜନ ଜନତା ମଇଦାନ ତଥା ମହାତ୍ମା ଗାନ୍ଧୀ ପାର୍କ ନିକଟରେ ଅନୁଷ୍ଠିତ ହେବ ।  ସେହିପରି ଅପରାହ୍ନ ୦୪.୦୫ ସମୟରେ ୟୁନିଟ-୨ ଠାରେ ଜନାଶ୍ରୟ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହେବ ।

Share

Leave a Reply

Your email address will not be published. Required fields are marked *

twenty + three =