ଆଜି ବିଧାୟକ ଭାବେ ଶପଥ ନେବେ ବର୍ଷା ସିଂହ ବରିହା

ଆଜି ବିଧାୟକ ଭାବେ ଶପଥ ନେବେ ବର୍ଷା ସିଂ ବରିହା । ସେ ଦିନ ସାଢ଼େ ୧୧ଟାରେ ଶପଥ ନେବା କାର୍ଯ୍ଯକ୍ରମ ରହିଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବର୍ଷାଙ୍କୁ ଶପଥ ପାଠ କରାଇବେ। ବର୍ଷାଙ୍କ ବାପା ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ପଦମପୁରରେ ଉପନିର୍ବାଚନ ହୋଇଥିଲା । ଏଥିରେ ବର୍ଷା ବିଜେଡି ଟିକେଟରେ ଲଢି ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ଆଗକୁ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବର୍ଷା । ଉପନିର୍ବାଚନ ସମୟରେ ପଦମପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ । ସେମାନଙ୍କ ପାଖରେ ରହି ସେବା କରିବେ ବୋଲି ବର୍ଷା କହିଛନ୍ତି । ଲୋକ କିପରି ସରକାରୀ ଯୋଜନାର ସୁବିଧା ପାଇପାରିବେ, ସେନେଇ ଗୁରୁତ୍ୱ ଦେବା ସହ ଲୋକଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବେ ବୋଲି ବର୍ଷା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × two =