Friday, October 30, 2026
Latestରାଜ୍ୟ

ଆଜି ବରିଷ୍ଠ ନାଗରିକଙ୍କ ପାଇଁ ଗଡିଲା ତୀର୍ଥଯାତ୍ରା ଟ୍ରେନ୍

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ଵର ରେଳଷ୍ଟେସନରୁ ପ୍ରୟାଗରାଜ ଓ ବାରାଣାସୀ ଅଭିମୁଖେ ବାହାରିବ ସ୍ବତନ୍ତ୍ର ଟ୍ରେନ୍। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ।

ସୂଚନା ଅନୁସାରେ, ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଭ୍ରମଣ କରିବା ପାଇଁ ରାଜ୍ୟ ସରକାର ସୁବିଧା ଯୋଗାଇଥାନ୍ତି। ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ଯୋଜନାକୁ ଇଣ୍ଡିଆନ ରେଲୱେ କ୍ୟାଟେରିଂ ଏବଂ ଟୁରିଜିମ୍‍ କର୍ପୋରେସନ୍‍ (ଆଇ.ଆର.ସି.ଟି.ସି.) ସହଯୋଗରେ ରୂପାୟନ କରାଯାଉଛି। ଏହି ଯାତ୍ରାରେ ଖୋର୍ଦ୍ଧା, ନୟାଗଡ, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ ସାମିଲ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

fifteen + 8 =