ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ।ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଜୁଲାଇ ୬ ତାରିଖ ଏବଂ ଦ୍ବିତୀୟ ପର୍ଯ୍ୟାୟ ଜୁଲାଇ ୧୩ ତାରିଖରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅପରାହ୍ନରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। କୋଭିଡ୍ କଟକଣା ଭିତରେ ୨ଟି ପର୍ଯ୍ୟାୟରେ ୨୪ ଦିନ ବସିବ ବିଧାନସଭା।

ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିବେ ଅର୍ଥମନ୍ତ୍ରୀ। ଦିନକୁ ୬ ଘଣ୍ଟା ଧରି ଚାଲିବ ଗୃହକାର୍ଯ୍ୟ। ବିଭିନ୍ନ ସମସ୍ୟା ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଜି ସକାଳ ସାଢ଼େ ୧୦ଟାରେ ବିଜେଡି, ସକାଳ ୯ଟାରେ ବିଜେପି ଏବଂ ସକାଳ ୧୦ଟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ପୂର୍ବାହ୍ନ ସାଢ଼େ ୧୦ଟାରୁ ଦିନ ସାଢ଼େ ୧ଟାଏ ଏବଂ ଅପରାହ୍ନ ୪ଟାରୁ ୭ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚାଲିବ।

ଏହି ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ରହିଛି ଅନେକ ପ୍ରସଙ୍ଗ। ଚାଷୀ ସମସ୍ୟା, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଜଙ୍ଗଲରୁ ହାତୀ କଙ୍କାଳ ମିଳିବା, ବେକାରୀ ସମସ୍ୟା, ମହାନଦୀ ବିବାଦ, ସୀମା ବିବାଦକୁ ପ୍ରସଙ୍ଗ କରିବେ ବିରୋଧୀ ।

ବିରୋଧୀଙ୍କୁ ସାମ୍ନା କରିବାକୁ ମଧ୍ୟ ସରକାର ପ୍ରସ୍ତୁତ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ୪ ମାସ କମଚଳା ବଜେଟ ଆଣିଥିଲେ। ତେଣୁ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟରେ ସ୍ବାସ୍ଥ୍ୟ, ସମାଜିକ ଏବଂ ନିର୍ମାଣ କ୍ଷେତ୍ରକୁ ଅଧିକ ଧ୍ୟାନ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

eighteen − 17 =