ମହିଳା ଫୁଟବଲ ଚାମ୍ପିୟନଶିପ୍ : ସେମିଫାଇନାଲରେ ଓଡ଼ିଶା

କଟକ : ଅରୁଣାଚଳ ପ୍ରଦେଶରେ ଚାଲିଥିବା ୨୫ତମ ଜାତୀୟ ସିନିୟର ଫୁଟବଲ ଚାମ୍ପିୟନଶିପରେ ଓଡ଼ିଶା ଦଳ ବିଜୟଧାରା ଅବ୍ୟାହତ ରଖି ସେମିଫାଇନାଲରେ ପହଞ୍ଚିଛି। ଶନିବାର ସିଏଚଏଫ୍ ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାର୍ଟରଫାଇନାଲରେ ଦୀପା ନାୟକଙ୍କ ଡବଲ୍ ଗୋଲ୍ ବଳରେ ଓଡ଼ିଶା ୫-୦ ଗୋଲରେ ଆୟୋଜକ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି। ମ୍ୟାଚର ଉଭୟାର୍ଦ୍ଧରେ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରିଥିଲା।

ପ୍ରଥମାର୍ଦ୍ଧରେ ଓଡ଼ିଶା ତିନୋଟି ଓ ଦ୍ୱିତୀୟାର୍ଦ୍ଧରେ ଦୁଇଟି ଗୋଲ୍ ଦେଇ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା। ଓଡ଼ିଶା ପକ୍ଷରୁ ଦୀପା ନାୟକ ଦୁଇଟି (୧୬ତମ, ୭୪ତମ) ଗୋଲ୍ ଦେଇଥିବା ବେଳେ ରୁନି ନାୟକ (୩୯ତମ), ଯଶୋଦା ମୁଣ୍ଡା (୪୫ତମ) ଓ ସୁମିତ୍ରା ଖାଲଖୋ (୭୧ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। ରବିବାର ଓଡ଼ିଶା ସେମିଫାଇନାଲରେ ଇଣ୍ଡିଆନ୍ ରେଲୱେକୁ ଭେଟିବ।

Share

Leave a Reply

Your email address will not be published. Required fields are marked *

three + twelve =