ନବୀନ ଏବେ ବି ଗଂଜାମବାସୀଙ୍କ ହୃଦୟରେ

ଭୁବନେଶ୍ବର () ଶାସକ ବିଜୁ ଜନତା ଦଳ ପୁଣି ଥରେ ରାଜନୈତିକ ସମ୍ବେଦନଶୀଳ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗଡ ଗଂଜାମ ଜିଲ୍ଲାରେ ନିଜ ଦବଦବା ଜାହିର କରିଛି । 2019 ନିର୍ବାଚନରେ ଗଂଜାମ ଜିଲ୍ଲାର ଦୁଇଟି ଯାକ ଲୋକସଭା ଆସନ ଏବଂ 13ରୁ 12ଟି ବିଧାନସଭା ଆସନ ଦଖଲ କରିଛି ।

ସାରା ଦେଶରେ ପ୍ରଚଣ୍ଡ ମୋଦି ହାୱା ଓ କେନ୍ଦ୍ରୀୟ ନେତାଙ୍କ ଘନଘନ ମାରାଥନ ଗସ୍ତରେ ଦକ୍ଷୀଣ ଓଡିଶାରେ କାୟା ବିସ୍ତାର କରିବାକୁ ବିଜେପି ଲକ୍ଷ୍ୟ ରଖିଥିଲେ ବି ଗଂଜାମବାସୀଙ୍କ ହୃଦୟକୁ ଛୁଇଁପାରିନଥିଲେ । ଗଂଜାମବାସୀ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଛନ୍ତି ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ଗଡ ହିଂଜିଳିରେ ନିକଟତମ ପ୍ରତିଦ୍ବନ୍ଦ୍ବି ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାୟ 60 ହଜାର 160 ଖଣ୍ଡ ଭୋଟରେ ଧୁଳି ଚଟେଇଛନ୍ତି । ବ୍ରହ୍ମପୁର ବିଧାନସଭା ଆସନରେ ସେହିଭଳି ବିକ୍ରମ ପଣ୍ଡା ବିଜେପି ପ୍ରାର୍ଥୀ କାହ୍ନୁ ଚରଣ ପତିଙ୍କୁ 35 ହଜାର 484 ଖଣ୍ଡ ଭୋଟରେ ହରେଇଛନ୍ତି ।

ଛତ୍ରପୁରରେ ସେହିଭଳି ବିଜେଡି ପ୍ରାର୍ଥୀ ସୁବାଷ ବେହେରା ବିଜେପି ପାର୍ଥୀ ପ୍ରଶାନ୍ତ କୁମାର କରଙ୍କୁ ହରେଇଥିବା ବେଳେ ସୂର୍ଯ୍ୟନାରାୟଣ ପାତ୍ର ଓ ବିକ୍ରମ ଆରୁଖ ନିଜ ଗଡ ରକ୍ଷା କରିଛନ୍ତି । ସୂର୍ଯ୍ୟନାରାୟଣ ପାତ୍ର ଓ ବିକ୍ରମ ଆରୁଖ ଦିଗପହଣ୍ଡି ଓ ବିକ୍ରମ ନିଜ ପାରମ୍ପକ ଆସନରୁ ପୁଣି ଥରେ ଭଲ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଚିକିଟିରେ ଉଷା ଦେବୀ ଓ ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ନିଜ ନିଜ ଆସନରେ ବିଜେଡି ବାନା ଉଡାଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆସ୍କା ଓ ବ୍ରହ୍ମପୁର ଲୋକସଭା ଆସନ ଜିତିଛନ୍ତି 

70 ବର୍ଷ ବୟଷ୍କା ପ୍ରମିଳା ବିଶୋୟୀ, ଯିଏକି ନିଜ ଗାଁରେ ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠିର ନେତୃତ୍ବ ନେଉଛନ୍ତି ସେ ଆସ୍କାରୁ ଜିତିଥିବା ବେଳେ ଚନ୍ଦ୍ରଶେଖର ସାହୁ ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ହେଇଛନ୍ତି । ବିଜେପି କେନ୍ଦ୍ରରେ ଦ୍ବିତୀୟ ଥର ପାଇଁ କ୍ଷମତା ଦଖଲ କରିଥିଲେ ବି ଗଂଜାମ ଜିଲ୍ଲାରେ ମୋଦି ହାୱା କାମ କରିନଥିଲା ଏବଂ ଦଳ ଗୋଟିଏ ହେଲେ ବିଧାନସଭା ଆସନ ଦଖଲ କରପାରିନି ।

Share

Leave a Reply

Your email address will not be published. Required fields are marked *

ten + 3 =