କ୍ରୀଡା

ଦ୍ୱିତୀୟ ଟି-20 ପୂର୍ବରୁ ବାଦ ପଡିଲେ ବରୁଣ ଚକ୍ରବର୍ତ୍ତୀ

ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯାଉଛି । ସିରିଜର ପ୍ରଥମ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିସାରିଥିବା ବେଳେ ଦ୍ବିତୀୟ ଟି-୨୦ ଆଜି ରହିଛି । ହେଲେ ଦ୍ବିତୀୟ ଟି୨୦ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି ।  ପ୍ରଥମ ଟି-୨୦ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଅବଶିଷ୍ଟ ମ୍ୟାଚ୍ ରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳ ସହ ଦେଖିବାକୁ ମିଳିବ ନାହିଁ । ବରୁଣ ଆହତ ହୋଇ ବାଦ ପଡିବା ଅଧିନାୟକ ଶ୍ରେୟସ ଆୟରଙ୍କୁ ଚିନ୍ତାରେ ପକାଇଛି । ଆହତ ବରୁଣଙ୍କ ସ୍ଥାନରେ ରବି ବିଷ୍ଣୋଇ ଦଳରେ ସ୍ଥାନ ମିଳିବ ବୋଲି ସୂଚନା ମିଳିଛି ।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସେ ୪ ଓଭରରେ ମାତ୍ର ୧୬ ରନ୍ ଦେଇ ୧ ୱିକେଟ୍ ନେଇଥିଲେ । କିନ୍ତୁ ମ୍ୟାଚ୍ ସରିବା ପରେ ତାଙ୍କ ଆହତ ହୋଇଥିବା ନେଇ ସୂଚନା ମିଳିଛି । ବରୁଣଙ୍କ ଆହତ ସମସ୍ୟା ନେଇ ଅଧିନାୟକ ଶ୍ରେୟସ ଆୟରଙ୍କ ଟେନସନକୁ ମଧ୍ୟ ବଢ଼ାଇ ଦେଇଛି । ଆଇପିଏଲ ୨୦୨୬ ସମୟରେ ତାଙ୍କ ଆଙ୍ଗୁଠିରେ ଭାଙ୍ଗି ଯାଇଥିଲା, ଯେଉଁଥିପାଇଁ ସେ ଆୟର୍ଲାଣ୍ଡ ଗସ୍ତରେ ଯାଇପାରିନଥିଲେ । ଏହା ପରେ ସେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜକୁ ଫେରିଥିଲେ, କିନ୍ତୁ ତୃତୀୟ ମ୍ୟାଚ୍ ପରେ ହେମଷ୍ଟ୍ରିଂ ସମସ୍ୟା ଯୋଗୁଁ ଟିମରୁ ବାଦ୍ ପଡିଥିଲେ ।

ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (COE )ଏବଂ ଦୀର୍ଘ ପୁନର୍ବାସ ପ୍ରକ୍ରିୟା ଏବଂ ଘରୋଇ କ୍ରିକେଟରେ ନିଜର ଫିଟନେସ୍ ପ୍ରମାଣ କରିବା ପରେ ହିଁ ତାଙ୍କୁ ଆଫଗାନିସ୍ତାନ ସିରିଜ୍ ପାଇଁ ଚୟନ କରାଯାଇଥିଲା । ହେଲେ ପୁଣିଥରେ ତାଙ୍କ ଆହତ ସମସ୍ୟା ଯୋଗୁଁ ଟିମ୍ ଇଣ୍ଡିଆ ଚିନ୍ତାରେ ରହିଛି । ଆଜି ଦ୍ବିତୀୟ ମ୍ୟାଚ୍ ଥିବା ବେଳେ ୩ୟ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ ।

ଆଫଗାନିସ୍ତାନ ବିପକ୍ଷ ସିରିଜ ପରେ ଟିମ୍ ଇଣ୍ଡିଆ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାଗ ନେବ । ବରୁଣ ଯଦି ଆହତ ସମସ୍ୟା ଯୋଗୁଁ ଟିମରୁ ବାଦ୍ ପଡନ୍ତି, ତେବେ ତାଙ୍କ ସ୍ଥାନରେ କିଏ ଦଳରେ ଯୋଗ ଦେବ ତାହା ଜଣାପଡିନାହିଁ । ଆଉ ବରୁଣଙ୍କ ଆହତ ସମସ୍ୟା କେତେ ଗୁରୁତର, ତାହା ମଧ୍ୟ ଏଯାଏଁ ଜଣାପଡିନାହିଁ ।

Share

Leave a Reply

Your email address will not be published. Required fields are marked *

10 − seven =