Business

କ୍ରେଡିଟ୍ ଆକ୍‌ସେସ୍ ଗ୍ରାମୀଣ ଓଡ଼ିଶାର ଗ୍ରାମାଚଂଳରେ ଉଦ୍ୟୋଗୀଙ୍କ ଆତ୍ମନିର୍ଭରତା ଆଡ଼କୁ ଯାତ୍ରା ତ୍ୱରାନ୍ୱିତ କରୁଛି

ଭୁବନେଶ୍ୱର: କ୍ରେଡିଟ୍ ଆକ୍‌ସେସ୍ ଗ୍ରାମୀଣ ଲିମିଟେଡ୍ ଭଳି ଅନୁଷ୍ଠାନ ଉପେକ୍ଷୀତ ବର୍ଗଙ୍କୁ ଠିକ୍ ସମୟରେ ମାଇକ୍ରୋଫାଇନାନ୍ସ ଋଣ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରି ସ୍ୱପ୍ନକୁ ସ୍ଥାୟୀ ବ୍ୟବସାୟରେ ରୂପାନ୍ତରଣ କରିବାରେ ସାହାଯ୍ୟ କରୁଛି।
ଗୁହାଲଡି ଗ୍ରାମର ଗୀତାଞ୍ଜଳିଙ୍କ କାହାଣୀ ସେହିଭଳି। ପାଂଚ ବର୍ଷ ପୂର୍ବେ ଏକ ଛୋଟ ଗ୍ରୋସରୀ ଦୋକାନ କରିବ ପାଇଁ କ୍ରେଡିଟ୍ ଆକ୍‌ସେସ୍ ଗ୍ରାମୀଣର ସୋର ଶାଖାରୁ ୩୦,୦୦୦ ଟଙ୍କାର ଲଘୁ ଋଣ ନେଇ ସେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ଯତ୍ନର ସହ ଆର୍ଥିକ ପରିଚାଳନା, ସମର୍ପଣ ଓ ନିୟମିତ ପରିଶୋଧ ଜରିଆରେ ସେ ତାଙ୍କ ବ୍ୟବସାୟକୁ ପର୍ଯ୍ୟାୟକ୍ରମେ ବଢ଼ାଇଥିଲେ। ସମୟ ଗଡ଼ିବା ସହିତ ତାଙ୍କ ଦୃଢ଼ ପରିଶୋଧ ଟ୍ରାକ୍ ରେକର୍ଡ ଆଧାରରେ ତାଙ୍କୁ ଅଧିକ ଋଣ ସହାୟତା ଦିଆଯାଇଥିଲା। ନିକଟରେ ୨,୦୦,୦୦୦ ଟଙ୍କାର ଋଣ ନେଇ ସେ ଏକ ପୋଷାକ ଦୋକାନ ଖୋଲି ନିଜ ବ୍ୟବସାୟର ସମ୍ପ୍ରସାରଣ କରିଛନ୍ତି ଯାହାକୁ ତାଙ୍କ ସ୍ୱାମୀ ପରିଚାଳନା କରୁଛନ୍ତି। ସେ ଏକ ଅଟୋ ରିକ୍ସା କିଣି ନିଜ ପରିବାର ପାଇଁ ଆୟର ଅତିରିକ୍ତ ଉତ୍ସ ସୃଷ୍ଟି କରିଛନ୍ତି।
ଏ ସମ୍ପର୍କରେ ଗୀତାଞ୍ଜଳି କହିଛନ୍ତି ଯେ, “ମୋର ଯେତେବେଳେ କେବଳ ଏକ ଛୋଟ ସ୍ୱପ୍ନ ଥିଲା ସେତେବେଳେ କ୍ରେଡିଟ୍‌ଆକ୍‌ସେସ୍ ଗ୍ରାମୀଣ ମୋତେ ସାହାଯ୍ୟ କରିଥିଲା। ମୋ ଅଭିବୃଦ୍ଧିର ପ୍ରତିଟି ସୋପାନରେ ତାହା ମୋତେ ସାହାଯ୍ୟ କରିଥିଲା ଏବଂ ବିଶ୍ୱାସ ଓ ସମ୍ମାନର ସହ ମୋର ମାର୍ଗଦର୍ଶନ କରିଥିଲା। ଆଜି ମୋ ପରିବାର ଆର୍ଥିକ ସ୍ତରରେ ସୁରକ୍ଷିତ, ମୋ ସ୍ୱାମୀଙ୍କ ପାଖରେ ସ୍ଥିର ଆୟ ଉତ୍ସ ରହିଛି ଓ ମୋ ସନ୍ତାନମାନଙ୍କୁ ଭଲ ଶିକ୍ଷା ମିଳୁଛି। ସ୍ୱାଧୀନ ହେବାରେ ମୋତେ ସହାୟତା କରିଥିବାରୁ ଏହି ସଂସ୍ଥାକୁ ମୁଁ କୃତଜ୍ଞତା ଜଣାଉଛି।”
ଏକାଧିକ ଆୟ ଉତ୍ସ ସହ ଗୀତାଞ୍‌ଜଳିଙ୍କ ପରିବାରର ଜୀବନଧାରଣ ମାନରେ ସ୍ପଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି। ତାଙ୍କ ସନ୍ତାନ ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଛନ୍ତି ଏବଂ ତାଙ୍କ ପରିବାର ଅଧିକ ଆର୍ଥିକ ସ୍ଥିରତା ଉପଭୋଗ କରୁଛନ୍ତି। ତାଙ୍କ ଯାତ୍ରା ଜଣେ ବିଶ୍ୱାସୀ ଉଦ୍ୟୋଗୀ ଭାବେ ତାଙ୍କ ଭୂମିକାକୁ ସୁଦୃଢ଼ କରିଛଚି ଏବଂ ତାଙ୍କ ସମୁଦାୟର ଅନ୍ୟ ମହିଳାମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି।
ଓଡ଼ିଶାରେ ମାଇକ୍ରୋଫାଇନାନ୍ସ କ୍ଷେତ୍ରର ଦୃଢ଼ ଉପସ୍ଥିତି ରହିଛି ଓ ମୋ ଋଣ ପୋର୍ଟଫୋଲିଓ ୧୭,୧୫୫ କୋଟି ଟଙ୍କା ରହିଛି ଓ ସେମାନେ ୩୫ ଲକ୍ଷରୁ ଅଧିକ ସ୍ୱତନ୍ତ୍ର ଗ୍ରାହକଙ୍କୁ ସେବା ପ୍ରଦାନ କରୁଛନ୍ତି। ଜିଏଲ୍‌ପି ଆଧାରରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ସ୍ଥାନିତ ଓଡ଼ିଶା ଏକ ପ୍ରମୁଖ ମାଇକ୍ରୋଫାଇନାନ୍ସ ବଜାର ଭାବେ ଉଭା ହୋଇଛି ଯେଉଁଠାରେ ଛୋଟ ଋଣ ପାଇବା ଦ୍ୱାରା ପରିବରଗୁଡ଼ିକର ଆୟରେ ଉନ୍ନତି ହୋଇଛି, ଜୀବନଜୀବିକା ସୃଷ୍ଟି ହେଉଛି ଏବଂ ଦୃଣମୂଳ ସ୍ତରରେ ଏକ ସକାରାତ୍ମକ ପରିବର୍ତନ ହେଉଛି।

Share

Leave a Reply

Your email address will not be published. Required fields are marked *

two × 3 =