ଏସିଆ ରୋଡ୍ ରେସିଂରେ ଭାରତୀୟ ହୋଣ୍ଡା ଚାଳକଙ୍କ ସଫଳତା

ଭୁବନେଶ୍ବର ():  ଏସିଆ ରୋଡ୍ ରେସିଂ ଚାମ୍ପିଆନ୍ସିପ୍ ୨୦୧୮ରେ ହୋଣ୍ଡାର ଭାରତୀୟ ଚାଳକମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଥାଇଲ୍ୟାଣ୍ଡର ବୁରିଆମର ଚାଙ୍ଗ୍ ସର୍କିଟରେ ଅନୁଷ୍ଠିତ ଦ୍ବିତୀୟ ରେସରେ ଆଇଡେମିସୁ ହୋଣ୍ଡା ରେସିଂ ଭାରତୀୟ ଟିମର ଚାଳକ ରାଜୀବ ସେତୁ ଏପି ୨୫୦ରେ ଉତ୍ତମ ପ୍ରଦର୍ଶନ କରିଥିବା ବେଳେ ଏସ୍ଏସ୍ ୬୦୦ ଶ୍ରେଣୀରେ ଟିଆଗା ହାଡ଼ା ପଏଂଟ୍ ହାସଲ କରିଛନ୍ତି ।

ବାଙ୍ଗାଲୋରର ଚାଳକ ଅନିଷ ଏପି ୨୫୦ ଶ୍ରେଣୀ ରେସରେ ଶ୍ରେଷ୍ଠ ୨୦ ଭିତରେ ନିଜକୁ ସାମିଲ କରିପାରିଛନ୍ତି । ସେହିପରି ଏସଏସ ୬୦୦ ଶ୍ରେଣୀରେ ଟିଆଗା ହାଡା ବହୁତ ଭଲ ପ୍ରଦର୍ଶନ କରି ପାଂଚଟି ସ୍ଥାନ ଉପରକୁ ଉଠି ୧୨ତମ ସ୍ଥାନରେ ରେସ୍ ଶେଷ କରିଛନ୍ତି । ୨୦୧୮ ଫାଇନାଲରେ ତିନି ପଏଂଟ୍ ହାସଲ କରିଛନ୍ତି । ହୋଣ୍ଡାର ଭାରତୀୟ ଟିମ୍ ଏହାର ପ୍ରଥମ ଆନ୍ତର୍ଜାତିକ ପଦାର୍ପଣରେ ଆଶନୁରୂପ ସଫଳତା ହାସଲ କରିଛି । ଏହା ତିନି ପ୍ରମୁଖ ଚାଳକ ରାଜୀବ, ଅନିଷ ଓ ଟିଆଗା ପଏଂଟ୍ ହାସଲ କରିବାରେ ସଫଳ ହୋଇଛନ୍ତି ।

ଏସିଆ ରୋଡ୍ ରେସିଂ ଚାମ୍ପିଆନ୍ସିପରେ ଭାରତୀୟ ଟିମର ସଫଳତା ବିଷୟରେ ପ୍ରଭୁ ନାଗରାଜ, ଉପସଭାପତି-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ୍, ହୋଣ୍ଡା ମୋଟସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଆମ ପାଇଁ ଗର୍ବ କରିବାର ମୁହୂର୍ତ ଓ ଭାରତୀୟ ମୋଟରସ୍ପୋର୍ଟକୁ ଏହା ଆଗକୁ ନେବ । ଆମର ଚାଳକମାନେ କେବଳ ଏସିଆର ଶ୍ରେଷ୍ଠ ପ୍ରଫେସନାଲ୍ ଚାଳକଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରି ପଏଂଟ୍ ହାସଲ କରିନାହାନ୍ତି । ଚଳିତ ସିଜନରେ ଅନିଷ ଅଷ୍ଟ୍ରେଲିଆରେ ପଏଂଟ୍ ଜିତିଛନ୍ତି । ରାଜୀବଙ୍କ ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ହୋଇଛି । ୨୦୧୮ରେ ସେ ୧୯ ପାହାଚ ଉପରକୁ ଉଠିଥିବା ବେଳେ ପ୍ରଥମ ଥର ପାଇଁ ୭ ପଏଂଟ୍ ହାସଲ କରିଛନ୍ତି । ଏସଏସ୬୦୦ ଶ୍ରେଣୀରେ ଭାରତୀୟ ଟିମ୍ ପାଇଁ ହାଡା ୭୯ ପଏଂଟ୍ ଜିତିଛନ୍ତି । ୨୦୧୮ର ସିଜନ୍ ଆଜି ଶେଷ ହୋଇଛି, କିନ୍ତୁ ଆକ୍ସନ ଜାରି ରହିବ । ଏକ କଂପାନି ଭାବେ ସ୍ବପ୍ନର ଶକ୍ତିକୁ ବାସ୍ତବରେ ପରିଣତ କରିବା ଉପରେ ବିଶ୍ବାସ କରୁଥିବାରୁ ଆମର ପରବର୍ତି ସ୍ବପ୍ନ ହେବ ଦୁନିଆର ମଂଚ ପାଇଁ ଏକ ଆଇକନିକ୍ ଭାରତୀୟ ଚାଳକ ସୃଷ୍ଟି କରିବା । ଏହି ସ୍ବପ୍ନ ଉପରେ କାମ କରିବା ପାଇଁ ଆମେ ୨୦୧୯ ସିଜନ୍ ପାଇଁ ଆଉ ୨ ଦିନ ପରେ କାମ ଆରମ୍ଭ କରିବୁ । ୨୦୧୯ରେ ଆମେ ଭାରତ ପାଇଁ ଗୌରବ ଆଣିବୁ ।’’

ରାଜୀବ କହିଛନ୍ତି ଯେ, ୨୦୧୭ ମୋ ପାଇଁ ଆରମ୍ଭର ବର୍ଷ  ଥିଲା ଓ ମୁଁ କୌଣସି ପଏଂଟ୍ ହାସଲ କରିପାରିନଥିଲି । ଚଳିତ ବର୍ଷ ମୋତେ ସୁଯୋଗ ଦିଆଯାଇଥିବାରୁ ମୁଁ ହୋଣ୍ଡା ଓ ଆଇଡେମିସୁକୁ ଧନ୍ୟବାଦ ଦେଉଛି । ଚଳିତ ସିଜନ୍ରେ ମୁଁ କେବଳ ମୋ ସ୍ଥିତିରେ ଉନ୍ନତି ଆଣିଛି ତାହା ନୁହେଁ ମୁଁ ୭ ପଏଂଟ୍ ମଧ୍ୟ ହାସଲ କରିଛି । ସେହିପରି ଅନିଷ କହିଛନ୍ତି ଯେ, ମୋର ପରବର୍ତି ଲକ୍ଷ୍ୟ ହେଉଛି ଭାରତୀୟ ଜାତୀୟ ରେସିଂ ଚାମ୍ପିଆନ୍ସିପରେ ଟାଇଟଲ୍ ଜିଣିବା ।

Share

Leave a Reply

Your email address will not be published. Required fields are marked *

fifteen + 17 =