Friday, October 30, 2026
Latestକ୍ରୀଡାଜାତୀୟ

ଟି-୨୦ ବିଶ୍ୱକପ ଲାଗି ଘୋଷଣା ହେଲା ଆଫଗାନିସ୍ତାନ ଟିମ୍

କାବୁଲ: ଆଫଗାନିସ୍ତାର ଷ୍ଟାର ଖେଳାଳୀ ରସିଦ ଖାନ ଅଧିନାୟକ ପଦ ଛାଡ଼ିଛନ୍ତି । ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା ହେବା ପରେ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ତାଙ୍କ ସହ କୌଣସି ପରାମର୍ଶ ନକରି ଦଳ ଘୋଷଣା କରିଥିବାରୁ ରସିଦ୍ ଅସନ୍ତୁଷ୍ଟ ହୋଇଥିଲେ। ଜଣେ ଅଧିନାୟକ ଏବଂ ଦେଶର ଦାୟିତ୍ବସଂପନ୍ନ ବ୍ୟକ୍ତି ଭାବେ ଦଳ ମନୋନୟନ ପ୍ରକ୍ରିୟାର ଅଂଶବିଶେଷ ହେବାର ହକ୍ ମୋର ରହିଛି। ହେଲେ ମୋ ସହ କୌଣସି ପରାମର୍ଶ ନକରି ଦଳ ଘୋଷଣା କରିଥିବାରୁ ଅଧିନାୟକ ପଦରୁ ଓହରିଯିବାକୁ ସ୍ଥିର କଲି ବୋଲି ରସିଦ୍ କହିଛନ୍ତି।

ଆଫ୍ଗାନିସ୍ତାନ ଦଳ: ମହମ୍ମଦ ନବୀ (ଅଧିନାୟକ), ରସିଦ୍ ଖାନ୍, ରହମୁତୁଲ୍ଲା ଗୁର୍ବାଜ, ହଜରତ୍ଉଲ୍ଲା ଜଜାଇ, ଉସ୍ମାନ ଘନି, ଅସ୍ଗର ଆଫ୍ଗାନ, ନାଜିବୁଲ୍ଲା ଜଦ୍ରାନ, ହସ୍ମତଉଲ୍ଲା ସାହିଦ, ମହମ୍ମଦ ସାହଜାଦ୍, ମୁଜୀବୁର ରହମନ, କରିମ ଜନତ, ଗୁଲ୍ବଦିନ ନାଏବ, ନବୀନ ଉଲ୍ ହକ୍, ହମିଦ ହାସନ, ସରଫୁଦିନ୍ ଅସ୍ରଫ, ଦୌଲତ ଜଦ୍ରାନ, ସାପୁର ଜଦ୍ରାନ, କ୍ବାଇସ୍ ଅହମ୍ମଦ। ସଂରକ୍ଷିତ ଖେଳାଳି: ଅସ୍ଫର ଜଜାଇ, ଫରିଦ ଅହମ୍ମଦ ମାଲିକ।

Share

Leave a Reply

Your email address will not be published. Required fields are marked *

one × five =