ତରବରିଆ ଡାକରା ପଛର ରହସ୍ୟ ?

ଭୁବନେଶ୍ବର () ସିବିଆଇରେ ବିଜେଡିର ଦୁଇ ବିଧାୟକଙ୍କୁ ହାଜିର ହେବାକୁ ନୋଟିସ ହୋଇଥିବା ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । କେତେବେଳେ କୁହାଯାଉଛି, ଏହି ଦୁଇନେତାଙ୍କୁ ନୋଟିସ ହୋଇଛି ଏମାନେ ହାଜର ହେଉନାହଁନ୍ତି, ତେ କେତେବେଳେ ଚର୍ଚ୍ଚା ହେଉଛି ଯେ, ଦ୍ବିତୀୟ ଥର ନୋଟିସ ଜାରି ହୋଇଛି । ତେବେ  ସିସୋର ଚିଣ୍ଡଫଣ୍ଡ ଲିଙ୍କରେ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ନୋଟିସ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ସିବିଆଇର ଉଦ୍ଦେଶ୍ୟକୁ ନେଇ ସେତିକି ସନ୍ଦେହ ପ୍ରକାଶ ପାଉଛି । ଆଉ ସନ୍ଦେହ ପ୍ରକାଶ ପାଇବା ସ୍ବାଭାବିକ ମଧ୍ୟ ।

ବିଗତ ଦିନମାନଙ୍କରେ ବିଭିନ୍ନ ନେତା ଓ ବ୍ୟବସାୟୀଙ୍କୁ ହୋଇଥିବା ନୋଟିସର ପୃଷ୍ଠଭୂମୀକୁ ଦେଖିଲେ ସାଧାରଣତଃ 7ରୁ 10 ଦିନ ସମୟ ଦିଆଯାଇଥାଏ । କିନ୍ତୁ ବିଶ୍ବସ୍ତ ସୂତ୍ରରରୁ ମିଳୁଥିବା ସୂଚନା ଅନୁଯାୟୀ ଅରୁଣ ଅତନୁଙ୍କୁ ନୋଟିସ ଦିଆଯିବା ଏବଂ ହାଜିରା ପାଇଁ ଦିଆଯାଇଥିବା ସମୟ ସୀମା ଥିଲା ଦିନେ ଦୁଇ ଦିନ । ସୂତ୍ର ଅନୁଯାୟୀ, ଗତ 27 ତାରିଖରେ ଦୁଇ ଜଣଙ୍କୁ ନୋଟିସ ଜାରି ହୋଇଛି । ଅରୁଣଙ୍କୁ 28 ତାରିଖରେ ଏବଂ ଅତନୁଙ୍କୁ 30 ତାରିଖରେ ହାଜର ହେବାକୁ କୁହାଯାଇଥିଲା । ଅର୍ଥାତ ଅରୁଣଙ୍କୁ ଗୋଟିଏ ଦିନ ଏବଂ ଅତନୁଙ୍କୁ 2 ଦିନ ସମୟ ଦିଆଯାଇଥିଲା ।

ଅରୁଣ ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟସ୍ତ ଥିବା ବେଳେ ଅତନୁ ନିଜ ନିର୍ବାଚନମଣ୍ଡଳୀରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ବ୍ୟସ୍ତ ରହିଥିଲେ । ଅରୁଣ 30ରେ ବାରିପଦାରୁ ଫେରିଥିଲେ । ତେଣୁ ସେ 28 ତାରିଖରେ ହାଜର ହୋଇପାରିନଥିଲେ । ଉଭୟ ସିବିଆଇକୁ ଅଧିକ ସମୟ ମାଗିଛନ୍ତି, ଅର୍ଥାତ ସେମାନେ ହାଜର ହେବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଏହାକୁ ବିଚାର କଲେ ସିବିଆଇ ଏତେ ସ୍ବଳ୍ପ ସମୟ ସୀମାରେ ଏହି ଦୁଇ ନେତାଙ୍କୁ ଏତେ ତରବରିଆ ଭାବେ ଡାକିବାର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ଅପ୍ରାସଙ୍ଗିକ ନୁହେଁ । ଏଥିସହିତ ଏହି ଦୁଇ ନେତା ସିବିଆଇ ନୋଟିସର ଉତ୍ତର ଦେବାକୁ ପ୍ରସ୍ତୁତ ହୋଇ ସମୟ ମାଗିଥିବା ବେଳେ ପୁଣି ଥରେ 4 ଓ 5 ତାରିଖରେ ହାଜର ହେବାକୁ ନୋଟିସ ହୋଇଥିବା ଖବର କେଉଁଠୁ ଏବଂ କିଭଳି ପ୍ରଚାରିତ ହେଲା, ଯେତେବେଳେ କି ଏଯାଏଁ ସେମାନଙ୍କୁ ଦ୍ବିତୀୟ ନୋଟିସ ଦିଆଯାଇନି ।

ସିବିଆଇ ଏମିତି ତରବରିଆ ନୋଟିସ ଜାରି କରିବା ଏବଂ ଗଣମାଧ୍ୟମକୁ ଖବର ଲିକ କରିବାକୁ ନେଇ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ସେମାନଙ୍କ ବିଶ୍ଳେଷଣ କହୁଛି, ଆସନ୍ତା 4 ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ତା ପୂର୍ବରୁ ଏଭଳି ଚର୍ଚ୍ଚା ସୃଷ୍ଟି କରାଗଲେ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିବାକୁ ସହଜ ହେବ । ଏହାଛଡା ଫେବୃଆରୀ ଶେଷ ସପ୍ତାହରେ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ତା ପୂର୍ବରୁ ଦୁଇ ବଡ ମୁଣ୍ଡଙ୍କୁ ସିବିଆଇ ଅଫିସ ଡାକି ତାଙ୍କ କାମ ତୁଟାଇ ଦେଲା ପରେ ଆଉ କିଛି ବିଜେଡି ନେତାଙ୍କୁ ମଧ୍ୟ ଟଣାଯିବ । ନିର୍ବାଚନ ପୂର୍ବରୁ ଅରୁଣ ଅତନୁଙ୍କ ଭଳି ଆଉ 5-6ଜଣ ବିଜେଡି ବିଧାୟକ ଓ ନେତାଙ୍କୁ ସିବିଆଇ ବିଭିନ୍ନ ଚିଟଫଣ୍ଡ ଲିଙ୍କରେ ଡାକିବାକୁ ଯୋଜନା କରିଥିବା ଶୁଣିବାକୁ ମିଳୁଛି ।

ଗୋଟେପଟେ ସିବିଆଇ ବିଜେଡି ନେତାମାନଙ୍କୁ ପଚରା ଉଚରା ପାଇଁ ଆବଶ୍ୟକ ସମୟ ଦେଉ ନଥିବା ବେଳେ ରାଜ୍ୟ ପୋଲିସ 8ରୁ 10 ଦିନ ସମୟ ଦେଉଛି । ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡରେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ହୋଇଥିବା ନୋଟିସକୁ ଏକ ଉଦାହାରଣ ଭାବେ ନିଆଯାଇପାରେ । ଏହି ଦୁଇ ନେତାଙ୍କୁ 29 ତାରିଖରେ ପୋଲିସ ନୋଟିସ କରିଛି । ଜଣଙ୍କୁ ଫେବୃଆରୀ 7 ଓ ଅନ୍ୟଜଣଙ୍କୁ 9 ତାରିଖରେ ହାଜର ହେବାକୁ କୁହାଯାଇଛି । ଅର୍ଥାତ ଜଣଙ୍କୁ 8 ଦିନ ଓ ଜଣଙ୍କୁ 10 ଦିନ ସମୟ ଦିଆଯାଇଛି । ଯଦିଓ ଓଡିଶା ପୋଲିସ 8ରୁ 10 ଦିନ ସମୟ ସୀମା ଦେଉଛି, ସିବିଆଇ ଭଳି ପ୍ରତିଷ୍ଠିତ ତଦନ୍ତକାରୀ ସଂସ୍ଥା ଏତେ ତରତର କାହିଁକି ?

Share

Leave a Reply

Your email address will not be published. Required fields are marked *

three × 5 =