ଟିକା ରାଜନୀତି

ଭୁବନେଶ୍ୱର: ଟିକା କାହାର? ନବୀନ ପଟ୍ଟନାୟକଙ୍କ ନାଁ ନରେନ୍ଦ୍ର ମୋଦିଙ୍କର? କେନ୍ଦ୍ର ସରକାର ଟିକା ଦେଉଛନ୍ତି ନାଁ ରାଜ୍ୟ ସରକାର ଟିକା ଦେଉଛନ୍ତି । ଏବେ ଏଭଳି କଥା ଚର୍ଚ୍ଚାର ବିଷୟ ପାଲଟିଛି । ଟିକାକେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଲାଗିବା ଓ ପରେ ଚିରା ହେବା ଘଟଣା ପରେ ଟିକା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି । ବିଜେପି କର୍ମୀମାନେ କହୁଛନ୍ତି କି ରାଜ୍ୟରେ ଦିଆ ହେଉଥିବା ଟିକା ହେଉଛି କେନ୍ଦ୍ର ସରକାରଙ୍କର । ସେପଟେ ବିଜେଡି କର୍ମୀମାନେ କହିଛନ୍ତି କି ରାଜ୍ୟ ସରକାରଙ୍କ ଲାଗି ରାଜ୍ୟରେ ଟିକାକରଣ ହେଉଛି । ଏଣୁ ଏହି ଟିକଟ୍ରାଜ୍ୟ ସରକାରଙ୍କର । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଅନେକ ତର୍କ ବିତର୍କ ଆରମ୍ଭ ହୋଇଯାଇଛି ।

ଆଜି ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ପ୍ରଥମେ ଟିକାକେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଲାଗିଥିବାକୁ ନେଇ ବିଜେପି କର୍ମୀମାନେ ପ୍ରତିବାଦ କରିଥିଲେ । ବାଲେଶ୍ୱରରେ କର୍ମୀମାନେ ଉଦଘାଟନ ଲାଗି ବନ୍ଧାଯାଇଥିବା ରିବନକୁ ଛିଣ୍ଡାଇ ପଶିଥିଲେ । ଏପରି ମୋଦୀଙ୍କ ପୋଷ୍ଟର ମଧ୍ୟ ଟିକାକେନ୍ଦ୍ରରେ ରଖିଥିଲେ । ସେପଟେ ଏହି ଘଟଣାକୁ ବଳିଯାଇଥିଲା ଅନୁଗୁଳରେ ବିଜେପି କର୍ମୀଙ୍କ ଅଶାନ୍ତ କାର୍ଯ୍ୟ । ଟିକାକେନ୍ଦ୍ରରେ ଲାଗିଥିବାର ନବୀନଙ୍କ ପୋଷ୍ଟରକୁ ସେମାନେ ଚିରି ଦେଇଥିଲେ । ସେପଟେ ଏହି ଘଟଣା ପରେ ଅନେକ ୟୁଜର୍ସମାନେ ସୋସିଆଲ ମିଡିଆରେ ବହୁ ନିନ୍ଦା କରିଛନ୍ତି । ସେପଟେ ଟିକା ରାଜନୀତିକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । ବିଜେପି କର୍ମୀ ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ସୋସିଆଲ ମିଡିଆରେ ତର୍କ ବିତର୍କ ଲାଗି ରହିଛି ।

Share

Leave a Reply

Your email address will not be published. Required fields are marked *

3 × 4 =