ହାତ ଛାଡି ହାତୀ ପାଇଁ ନାଟ

ଭୁବନେଶ୍ବର: ଧରାପଡ଼ିଲା କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ମିଛ । ହାତ ଛାଡି ହାତୀ ଧରିବାକୁ ସେ କରୁଥିବା ନାଟ ଧରା ପଡିଛି । କୁନ୍ଦୁଲି ଘଟଣାକୁ ଆୟୁଧ କରି ଡ୍ରାମା କରୁଛନ୍ତି । ପ୍ରକୃତରେ ବ୍ୟକ୍ତିଗତ ରାଜନୈତିକ ସ୍ବାର୍ଥ ପାଇଁ କୃଷ୍ଣ ସଗରିଆ ହାତ ଛାଡ଼ି ହାତୀ ଧରିବାକୁ ଯାଉଛନ୍ତି ।

ଦଳିତ ରାଜନୀତି କରିବାକୁ ଯାଇ କୁନ୍ଦୁଲି ପ୍ରସଙ୍ଗକୁ ମୋହରା ବନାଉଛନ୍ତି । କୁନ୍ଦୁଲି ଘଟଣାକୁ ସାହାରା କରି କୋରାପୁଟରେ ବହୁଜନ ସମାଜ ପାର୍ଟିର ମୂଳଦୂଆ ପକାଇବା ଯୋଜନାରେ ଅଛନ୍ତି ସେ । କୃଷ୍ଣ ଆଗରୁ ଭିତିରିଆ ବିଏସପିରେ ଥିଲେ । ଏବେ ସେ କଂଗ୍ରେସ ଛାଡ଼ିଲେ କିଛି ଫରକ୍ ପଡ଼ିବନି ବୋଲି କହିଛନ୍ତି ତାରାପ୍ରସାଦ ବାହିନୀପତି । ସେହିଭଳି କଂଗ୍ରେସ ଉପସଭାପତି ଅନନ୍ତ ସେଠୀ, ତାଙ୍କ ନୈତିକତା ଏବଂ ମାନବିକତା ନେଇ ପ୍ରଶ୍ନ ଉଠାଇଛନ୍ତି ।

କୃଷ୍ଣଚନ୍ଦ୍ର ସଗରିଆଙ୍କ ଇସ୍ତଫା ଡ୍ରାମାର ପୋଲ୍ ଖୋଲି ଦେଇଛନ୍ତି କୁନ୍ଦୁଲି ପୀଡ଼ିତାଙ୍କ ପରିବାର ଏବଂ ଘଟଣାର ତଦନ୍ତ କରୁଥିବା କମିଶନଙ୍କ କାଉନସିଲ୍ । ଯଦି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି, ତାହେଲେ ପ୍ରଦୀପ ମାଝୀ ଏବଂ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିବାକୁ ସେମାନେ ଯୁକ୍ତ ବାଢ଼ିଛନ୍ତି । କୁନ୍ଦୁଲି ଘଟଣାର ତଦନ୍ତ କରୁଥିବା କମିଶନଙ୍କ ସ୍ବତନ୍ତ୍ର କାଉନସେଲ ପ୍ରଭାକର ପଟ୍ଟନାୟକ କହିଛନ୍ତି, ସତ୍ୟପାଠ ଦାଖଲ ପାଇଁ କୃଷ୍ଣ ସଗରିଆଙ୍କୁ ବାରମ୍ବାର ନୋଟିସ୍ ହୋଇଥିଲେ ମଧ୍ୟ ସେ ଦାଖଲ କରୁନାହାନ୍ତି ।

ତଦନ୍ତରେ ସହଯୋଗ ପାଇଁ ସତ୍ୟପାଠ ଦାଖଲ କରୁନାହାନ୍ତି, କିନ୍ତୁ ରାଜନୈତିକ ସ୍ବାର୍ଥ ସାଧନ ପାଇଁ କୁନ୍ଦୁଲି ପୀଡ଼ିତାଙ୍କ ନାଁ ନେଉଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ସେ କଂଗ୍ରେସ ଛାଡି ବିଏସପିରେ ଯୋଗ ଦେବା ଚର୍ଚ୍ଚାକୁ ବେଶୀ ଖୋରାକ ଯୋଗାଇଛି।

Share

Leave a Reply

Your email address will not be published. Required fields are marked *

two × five =