ବିଜୟ ପଟ୍ଟନାୟକ କହିଲେ, ସରକାରୀ ଅର୍ଥ ବ୍ୟୟ କରି ରାଜନୀତି କରିବା ଠିକ୍ ନୁହେଁ

ସ୍ୱୟଂସହାୟକ ଗୋଷ୍ଠୀ ମହିଳାଙ୍କୁ ରାଜନୀତିରେ ବ୍ୟବହାର କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମିଶନ୍ ଶକ୍ତି ସଚିବ ସୁଜାତା ଆର୍ କାର୍ତିକେୟନ । କହିଛନ୍ତି, ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି ତାଙ୍କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ଏହା ସେମାନଙ୍କ ଅଧିକାର । ମହିଳାଙ୍କୁ କହିହେବ ନାହିଁ ଯେ, ଆପଣ ବ୍ୟବସାୟ କରନ୍ତୁ । ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ । ବିରୋଧୀମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି, ମିଶନ୍ ଶକ୍ତି ମହିଳାଙ୍କୁ ଟଙ୍କା ବାଣ୍ଟି ସରକାର ନିଜର ଭୋଟ୍ବ୍ୟାଙ୍କ ପ୍ରସ୍ତୁତ କରୁଛନ୍ତି । ଏସଏଚଜି ମହିଳାଙ୍କ ଜରିଆରେ ସରକାର ରାଜନୀତି କରୁଥିବା ଅଭିଯୋଗ ହେଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତିକେୟନ ।

ଏପଟେ ପୂର୍ବତନ ପ୍ରଶାସକ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି- ମହିଳାମାନେ ରାଜନୀତିକୁ ଆସିବାରେ କୌଣସି ଅସୁବିଧା ନାହିଁ, ଏହାକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ସରକାର ସେମାନଙ୍କୁ ବ୍ୟବହାର କରିବା ଏବଂ ସରକାରୀ ଅର୍ଥ ନେଇ ରାଜନୀତି କରିବାକୁ ଆମେ ବିରୋଧ କରୁଛୁ । ରାଜନୀତିକୁ ଆସିବାକୁ କାହାକୁ ମନା ନାହିଁ । କିନ୍ତୁ ସରକାରୀ ଅର୍ଥ ବ୍ୟବହାର କରି କେମିତି ଆପଣ ରାଜନୀତି କରିବେ ।

Share

Leave a Reply

Your email address will not be published. Required fields are marked *

nineteen − eighteen =