୪୫୮୪ ବୁଥ, ୪୨ ଲକ୍ଷ ଭୋଟର

ଆସନ୍ତା ପୌର ନିର୍ବାଚନରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭୩୧ ୱାର୍ଡ ଏବଂ ୩ ମହାନଗରରେ ୧୬୧ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣ ପାଇଁ ୪ହଜାର ୫୮୪ଟି ବୁଥ କରାଯିବ ଏବଂ ୪୨ଲକ୍ଷ ଭୋଟର ନିର୍ବାଚନରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି । ପ୍ରତି ପୋଲିଂ ଟିମରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ ପୋଲିଂ ଅଫିସର ରହିବେ। ଏଥର ପୋଲିଂ କର୍ମଚାରୀ ଚାହିଁଲେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ପାରିବେ। ସେହିପରି ଦୃଷ୍ଟିହୀନ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ ପେପର ସୁବିଧା କରାଯାଇଛି ଏବଂ ସେମାନେ ମଧ୍ୟ ସହଜରେ ଏଥିରେ ନିଜର ମତ ସାବ୍ୟସ୍ତ କରିପାରିବେ।

ରାଜ୍ୟର ୧୦୭ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ଥର ପାଇଁ ପୌର ପରିଷଦ ଓ ମହାନଗର ନିଗମ ନିର୍ବାଚନରେ ନୋଟା ବିକଳ୍ପ ବ୍ୟବହାର କରାଯାଇପାରିବ। ଇଭିଏମ ମେସିନର ସବୁଠୁ ଶେଷରେ ନୋଟା ବଟନ୍ ରହିବ । ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରତ୍ୟେଟି ବୁଥରେ ଦୁଇଟି ଲେଖାଏଁ ଇଭିଏମ୍ ମେସିନ ରଖାଯିବ। ସେଥିମଧ୍ୟରୁ ଗୋଟିଏ କର୍ପୋରେଟର କିମ୍ବା କାଉନ୍ସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ କିମ୍ବା ମେୟର ନିର୍ବାଚନ ପାଇଁ ବ୍ୟବହାର କରାଯିବ। କର୍ପୋରେଟର କିମ୍ବା କାଉନ୍ସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧ୍ୟକ୍ଷ କିମ୍ବା ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ନିର୍ବାଚନରେ ବ୍ୟବସ୍ଥା କରାଯିବ।

Share

Leave a Reply

Your email address will not be published. Required fields are marked *

three × five =