ବିଜେଡିକୁ ମିଳିସାରିଲାଣି ବହୁମତ, ଚତୁର୍ଥ ପର୍ଯ୍ୟାୟ ଏକ ଔପଚାରିକ

ଭୁବନେଶ୍ବର () ଏଥର ଓଡିଶାରୁ ନବୀନ ପଟ୍ଟନାୟକ ହଟିବେ । କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ବକ୍ତବ୍ୟ ତାଙ୍କ ରାଜନୈତିକ ଅପରିପକ୍ବତାକୁ ଦର୍ଶାଉଛି ବୋଲି କହିଛି ବିଜେଡି । ବିଜେଡିର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି ଯେ, ପ୍ରଥମ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଭୋଟ ଗ୍ରହଣରେ ଭୋଟର ସେମାନଙ୍କ ନେତା ଓ ସରକାର ବାଛି ସାରିଛନ୍ତି । ସେମାନେ ପଞ୍ଚମ ଥର ପାଇଁ ବିଜେଡିକୁ ସରକାର ଗଠନ କରିବାକୁ ସୁଯୋଗ ଦେଇଛନ୍ତି ବୋଲି ସେ ନିଜ ନାମ ଗୋପନ ରଖି କହିଛନ୍ତି ।

ପ୍ରଥମ ତିନୋଟି ପର୍ଯ୍ୟାୟରେ 105ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ସରିଛି । ସରକାର ଗଠନ ପାଇଁ 74ଟି ଆସନ ଦଖଲର ଆବଶ୍ୟକତା ଥିବା ବେଳେ ବିଜେଡି ତିନୋଟି ପର୍ଯ୍ୟାୟରୁ ହିଁ ସୁରକ୍ଷିତ ସରକାର ଗଠନ କରିବାକୁ ବହୁମତ ପାଇସାରିଲାଣି ବୋଲି ସେ ଦାବି କରୁଛନ୍ତି ।

ବିଭିନ୍ନ ସର୍ଭେ ରିପୋର୍ଟ, ଗଣମାଧ୍ୟମର ରିପୋର୍ଟ ଏବଂ ଦଳୀୟ ସୂତ୍ରରୁ ହୋଇଥିବା ଜନମତ ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ବିଜେଡି ସରକାର ଗଠନ ପାଇଁ ସ୍ପଷ୍ଟ ଜନମତ ପାଇସାରିଛି । ଚତୁର୍ଥ ପର୍ଯ୍ୟାୟର ମତଦାନ ବିଜେଡି ପାଇଁ ବୋନସ ସଦୃଶ୍ୟ ହେବ । ଯଦିଓ ସର୍ଭେ ରିପୋର୍ଟର ଆକଳନ ଶତ ପ୍ରତିଶତ ସତ ବୋଲି ଗ୍ରହଣ ଯୋଗ୍ୟ ନୁହେଁ, ବିଭିନ୍ନ ସୂତ୍ରରୁ ଆସୁଥିବା ଖବର ବିଜେଡି ସପକ୍ଷରେ ସଙ୍କେତ ଦେଉଥିବା ସେ କହିଛନ୍ତି ।

ପ୍ରଥମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ 63ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି 45ରୁ 50ଟି ଆସନରେ ଜିତୁଥିବା ବେଳେ ଦ୍ବିତୀୟ ପର୍ଯ୍ୟାରେ 42ଟି ବିଧାନସଭା ମଧ୍ୟରୁ 32ରୁ 37ଟି ଆସନରେ ଜିତିବ ବୋଲି ଆକଳନ କରାଯାଉଛି । 2014ରେ ଏହିସବୁ ଆସନରୁ ବିଜେଡି 81ଟି ଆସନରେ ବିଜୟ ଲାଭ କରିଥିଲା । ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ବିତୀୟ ସ୍ଥାନ ପାଇଁ ପ୍ରତିଯୋଗିତା ଚାଲିଛି ଏବଂ ଏହି ଦୁଇ ଜାତୀୟ ଦଳ କୌଣସି ସ୍ଥିତିରେ ବିଜେଡିର ପାଖ ପଶିପାରିବେ ନାହିଁ ବୋଲି ବିଜେଡି ନେତା ଦାବି କରୁଛନ୍ତି ।

ରାଜ୍ୟରେ ବିଜେପିର ହାୱା ମଧ୍ୟରେ କଂଗ୍ରେସ ନିଜର ଅସ୍ତିତ୍ବ ହରାଇଛି । ଯଦିଓ କଂଗ୍ରେସ ନିଜର କିଛି ପାରମ୍ପାରିକ ଭୋଟ ବ୍ୟାଙ୍କ ହରାଇଛି, ବିଜେପି ମଧ୍ୟ ନିଜର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ଯେଉଁ ଆକଳନ କରାଯାଉଥିଲା ତାହା ହୋପାରିଲା ନାହିଁ । ଯାହାର ଫାଇଦା ବିଜେଡି ସପକ୍ଷରେ ଯାଇଥିବା କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ବିଜେଡି କଳାହାଣ୍ଡି ଓ ନବରଙ୍ଗପୁରରେ ଗତ ନିର୍ବାଚନ ଅପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିଥିବା ବେଳେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଗୋଟିଏ ଲେଖାଁ ବିଧାନସଭା ଆସନ ବିଜେପି ଓ କଂଗ୍ରେସ ସପକ୍ଷରେ ଯିବ ବୋଲି ବିଜେଡି ନେତାମାନେ ଆକଳନ କରୁଛନ୍ତି । ସେହିଭଳି ନବରଙ୍ଗପୁରରେ ମଧ୍ୟ ବିଜେଡି ପାଞ୍ଚଟି ବିଧାନସଭା ଆସନ ଦଖଲ କରୁଥିବା ବେଳେ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ପାଇବେ । ଏହା କେବଳ କିଛି ଅନୌପଚାରିକ ସର୍ଭେ ରିପୋର୍ଟ ଅନୁଯାୟୀ ଆଧାରିତ ରିପୋର୍ଟ । ଚୁଡାନ୍ତ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରିବାକୁ ପଡିବ ।

Share

Leave a Reply

Your email address will not be published. Required fields are marked *

five × 3 =