ଆମେରିକାରୁ ଚୀନ, ମୋଦି ସରକାରଙ୍କ ବହୁ ଚର୍ଚ୍ଚିତ ବୈଦେଶିକ ନୀତି ଫେଲ

ନୂଆଦିଲ୍ଲୀ () ମାସୁଦ ଅଝରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବକୁ ଚୀନର ବିରୋଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଦେଶିକ ନୀତିର ବିଫଳତା ବୋଲି ପ୍ରମାଣିତ ହୋଇଛି ।

ପୁଲୱାମା ଆତଙ୍କି ଆକ୍ରମଣ ପରେ କେନ୍ଦ୍ର ସରକାର ଡିପ୍ଲୋମାଟିକ ରାସ୍ତାରେ ପାକିସ୍ତାନକୁ ଘେରିବାକୁ ଚେଷ୍ଟା କରିଥିଲେ । ଏପରିକି ଏନେଇ ବିଭିନ୍ନ ଦେଶ ସହ ଆଲୋଚନା କରିବା ସହ ଚୀନ ସହ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶ ଗସ୍ତ କରି ନିଜର ବୈଦେଶିକ ସମ୍ପର୍କ ବୃଦ୍ଧିର ଯେଉଁ ଡିଣ୍ଡିମ ପିଟୁଥିଲେ ତାହା କାମ ଦେଲାନି । ଏହା ଗତକାଲି ଚୀନର ବିରୋଧରୁ ପ୍ରମାଣିତ ହୋଇଛି ।

ଏପରିକି 2017 ଡୋକଲାମ ଘଟଣାରେ ପ୍ରଧାନମନ୍ତ୍ରୀ ଚୀନ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଥିଲେ । 2018ରେ ଚୀନ ରାଷ୍ଟ୍ରପତିଙ୍କ ସହ ହୋଇଥିବା ବୈଠକରୁ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଚୀନର ଏଭଳି କୂଟନୀତି ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ଅଭିଯୋଗ କରିଛି ଯେ, ଏହା ମୋଦି ସରକାରଙ୍କ ବୈଦେଶିକ ନୀତିର ଚରମ ବିଫଳତା । ଚୀନର ଏଭଳି ପଦକ୍ଷେପକୁ ଦୃଢ ନିନ୍ଦା କରିବା ସହ ପାକିସ୍ତାନ ଓ ଚୀନ ମିଳିତ ଭାବେ ଭାରତକୁ ନାଲି ଆଖି ଦେଖାଉଥିବା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 3 =