Friday, October 30, 2026
Latestଜାତୀୟ

ମାର୍ଚ୍ଚ ୩ରେ ଫାଶି ପାଇବେ ୪ନିର୍ଭୟା ଦୋଷୀ

ନୂଆଦିଲ୍ଲୀ () ମାର୍ଚ୍ଚ ୩ ତାରିଖରେ ଫାଶି ପାଇବେ ୪ନିର୍ଭୟା ଦୋଷୀ । ମାର୍ଚ୍ଚ ୩ ସକାଳ ୬ଟାରେ ଫାଶିରେ ଝୁଲିବେ ୪ ସୈଇତାନ । ଫାଶି ଦେବା ନେଇ ଡେଥ ୱାରେଣ୍ଟ ଜାରିକଲେ ପଟିଆଲା କୋର୍ଟ ।ପୂର୍ବରୁ ପଟିଆଲା ହାଉସ କୋର୍ଟ ଦୁଇ ଦୁଇଟି ଫାଶୀ ତାରିଖ ସ୍ଥିର କରିଥିଲେ। ହେଲେ ଦୋଷୀମାନେ ଆଇନର ଗଳାବାଟ ବ୍ୟବହାର କରି ଏହାକୁ ଟାଳି ଦେଇଥିଲେ।

ଆଜି ଶୁଣାଣି ବେଳେ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେଇଥିଲେ। ସରକାରୀ ଓକିଲ ରାଜୀବ ମୋହନ କହିଥିଲେ ଯେ ବର୍ତ୍ତମାନ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର କରି ସାରିଛନ୍ତି। କେବଳ ପବନ ଗୁପ୍ତାର ହିଁ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ବାକି ରହିଛି।

Share

Leave a Reply

Your email address will not be published. Required fields are marked *

9 − two =