ଆମେରିକାଠୁ ହଜାରେ ଉଡ଼ାଜାହାଜ କିଣିବ ଭାରତ

ନୂଆଦିଲ୍ଲୀ (): ଆମେରିକା ଭାରତର ରପ୍ତାନୀ ହେଉଥିବା ଷ୍ଟିଲ ଓ ଆଲମୁନିୟମ ଉପରେ ଟ୍ରାକ୍ସ ବୃଦ୍ଧି କରିବା ପରେ ଭାରତ ମଧ୍ୟ ଆମେରିକାରୁ ଆମଦାନୀ ହେଉଥିବା ୨୯ଟି ସାମଗ୍ରୀ ଉପରେ ଟ୍ୟାକ୍ସ ବସାଇଛି । ଏହାକୁ ନେଇ ବାଣିଜ୍ୟ କ୍ଷେତ୍ରରେ ଦୁଇ ଦେଶର ସମ୍ପର୍କ ତିକ୍ତ ହେଉଥିବା ବେଳେ ଭାରତ ଆମେରିକାରୁ ୧୦୦୦ ବୋସମରୀକ ବିମାନ କିଣିବ ବୋଲି ଆମେରିକାକୁ ଲୋଭ ଦେଖାଇଛି । ୫ ବିଲିୟନ ଡଲାର ମୂଲ୍ୟର ଏହି ବାଣିଜ୍ୟ କାରବାର ଆସନ୍ତା ୭-୮ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ଏଥିପାଇଁ କାଲି ଆଜି ଆମେରିକାର ସହକାରୀ ବାଣିଜ୍ୟ ପ୍ରତିନିଧି ମାର୍କସ ଲିନ୍ସକଟ ଭାରତୀୟ ପ୍ରତିନିଧିମଣ୍ଡଳି ସହିତ ଆଲୋଚନା କରିବେ ।

ଆମେରିକା ଠାରୁ ଭାରତ ଏକ ହଜାର ବେସାମରିକ ଉଡ଼ାହାଜନ କିଣିବ । ଏଥିପାଇଁ ଆଗାମୀ ୭ ବର୍ଷ ମଧ୍ୟରେ ଭାରତ ଖର୍ଚ୍ଚ କରିବା ୫ ବିଲିୟନ ଆମେରୀକୀୟ ଡଲାର । କେବଳ ସେତିକି ନୁହେଁ, ଭାରତ ମଧ୍ୟ ୪ ବିଲିନ ଡଲାର ମୁଲ୍ୟର ପେଟ୍ରୋଲ ଓ ପ୍ରାକୃତିକ ବାଷ୍ପ କିଣିବା ପାଇଁ ଯୋଜନା କରିଛି ।ଏହି କାର୍ଯ୍ୟକୁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇବା ପାଇଁ ଆମେରିକାର ସହକାରୀ ବାଣିଜ୍ୟ ପ୍ରତିନିଧି ମାର୍କ୍ସ ଲିନ୍ସକଟ୍ ଆଜି କାଲି ଭାରତୀୟ ପ୍ରତିନିଧିମଣ୍ଡଳି ସହିତ କଥାବାର୍ତ୍ତା କରିବେ ।

ଏତଦବ୍ୟତୀତ ଭାରତ ଆମେରିକା ସହିତ ସାମରିକ ଚୁକ୍ତି କରି ଏହାର ନୌସେନା ପାଇଁ ୧୨ଟି ପି୮  ଏୟାରକ୍ରାଫ୍ଟ ମଧ୍ୟ କ୍ରୟ କରୁଛି । ତେବେ ଭାରତର ଋଷ ସହିତ ସାମରିକ ସମ୍ପର୍କ ନେଇ ଆମେରିକା ଅସନ୍ତୁଷ୍ଟ ଥିବାବେଳେ ଯଦି ଏ ନେଇ କୌଣସି ପ୍ରକାର ପ୍ରତିବନ୍ଧକ ଲଗାଏ ତେବେ ଭାରତ -ଆମେରିକା ପ୍ରତିରକ୍ଷା ସମ୍ପର୍କରେ ଏକ ବଡ଼ ଫାଟ ଦେଖାଦେଇପାରେ ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

one × 2 =