ପ୍ରକାଶ ହେଲା ଟି-୨୦ ବିଶ୍ୱକପ୍ କାର୍ୟ୍ୟସୂଚୀ

ଆସନ୍ତା ୨୦୨୦ ଉଭୟ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଆଜିଠାରୁ ବିଧିବଦ୍ଧ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଆଜି ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ୍ ପାଇଁ କାର୍ୟ୍ୟସୂଚୀ ଓ ମ୍ୟାଚ୍ ଆରମ୍ଭର ତାରିଖ ଘୋଷଣା କରାଯାଇଛି। ୨୦୨୦ ଟି-୨୦ ବିଶ୍ୱକପ୍ର ଆୟୋଜନ ଅଷ୍ଟ୍ରେଲିଆ କରିବ। ପ୍ରଥମଥର ପାଇଁ ଉଭୟ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ୍ ଗୋଟିଏ ବର୍ଷରେ ଏବଂ ଗୋଟିଏ ଦେଶରେ ଆୟୋଜନ ହେବାକୁ ଯାଉଛି।
ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ମହିଳା ଦଳ ଥିବା ବେଳେ ୧୬ଟି ପୁରୁଷ ଟିମ୍ ୪୫ଟି ମ୍ୟାଚ୍ ଖେଳିବେ। ଉଭୟ ପୁରୁଷ ଓ ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଐତିହାସିକ ମେଲବର୍ଣ୍ଣ ପଡ଼ିଆରେ ଖେଳାଯିବ।
ଆଇସିସିର ସୂଚନା ଅନୁଯାୟୀ, ମହିଳା ଟି-୨୦ ବିଶ୍ୱକପ୍ ୨୦୨୦ ଫେବୃଆରୀ ୨୧ରୁ ମାର୍ଚ୍ଚ ୮ ପର୍ୟ୍ୟନ୍ତ ଚାଲିବ। ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ତଥା ଆୟୋଜକ ଅଷ୍ଟ୍ରେଲିଆର ମହିଳା ଦଳ ଓ ଭାରତୀୟ ମହିଳା ଦଳ ମଧ୍ୟରେ ଖେଳାଯିବ।
ଅନ୍ୟପକ୍ଷରେ ପୁରୁଷ ୨୦୨୦ ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଖେଳାଯିବ। ଓପନିଂ ମ୍ୟାଚ୍ରେ ଆୟୋଜକ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଟିମ୍ ଇଣ୍ଡିଆ ଅକ୍ଟୋବର ୨୪ରୁ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ।

Share

Leave a Reply

Your email address will not be published. Required fields are marked *

three × 3 =